ପ୍ରମୂଖ ଖବର
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଗଣେଶ ପୂଜାରେ ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଏହି ଭୋଗ: ମିଳିବ ସଫଳତା, ସୁଖମୟ ହେବ ଜୀବନ...

Published By : Harapriya Sethi | August 27, 2025 6:57 AM

ଆଜି ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ଉତ୍ସବ । ଏହି ଦିନ ପ୍ରଭୁଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯିବା ସହ ମୋଦକ, ଲଡୁ, ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯାଏ । ଶାସ୍ତ୍ର ଅନୁସାରେ ଏହି ଦିନ ରାଶି ଅନୁସାରେ ପ୍ରଭୁଙ୍କୁ ଭୋଗ ଅର୍ପଣ କରିବା ଦ୍ୱାରା ପ୍ରଭୁ ଶୀଘ୍ର ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ ହୋଇଥାଏ । ଶ୍ରଦ୍ଧାଳୁଙ୍କୁ ସୁଖ-ସମୃଦ୍ଧି, ସୌଭାଗ୍ୟ ଓ ସଫଳତା ପ୍ରାପ୍ତି ହୋଇଥାଏ । ଜାଣନ୍ତୁ ରାଶି ଅନୁଯାୟୀ କେଉଁ ଭୋଗ କରିବେ ଅର୍ପଣ..

ମେଷ- ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ଗହମ ଓ ଗୁଡରେ ପ୍ରସ୍ତୁତ ଲଡୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଜୀବନରେ ହସଖୁସି,ସଫଳତା ଓ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ ।

ବୃଷ- ଏହି ରାଶିର ବ୍ୟକ୍ତି ବିଶେଷ ଚିନି ଓ କ୍ଷୀରରେ ପ୍ରସ୍ତୁତ ମିଠା ଅର୍ପଣ କରନ୍ତୁ । ଏହାଦ୍ୱାରା ଧନ-ସମ୍ପତ୍ତି ଓ ପରିବାରରେ ହସଖୁସି ବୃଦ୍ଧି ହୋଇଥାଏ ।

ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ମୋଦକ ଅର୍ପଣ କରନ୍ତୁ । ଏହାଦ୍ୱାରା ବୁଦ୍ଧି, ଜ୍ଞାନ, ଓ ବାଣୀ ମଧୁର ହୋଇଥାଏ ।

କର୍କଟ- ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀରି କିମ୍ବା କ୍ଷୀର ପ୍ରସ୍ତୁତ ମିଠା ଅର୍ପଣ କରନ୍ତୁ । ଏହାଦ୍ୱାରା ମାନସିକ ଶାନ୍ତି ଓ ପରିବାରରେ ସୁଖଶାନ୍ତି ରହିଥାଏ ।

ସିଂହ- ଏହି ରାଶିର ବ୍ୟକ୍ତି ବିଶେଷ ଗୁଡରେ ଓ ଘିଅରେ ତିଆରି ଲଡୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ।

କନ୍ୟା- ଏହି ରାଶିର ବ୍ୟକ୍ତି ବିଶେଷ ପିସ୍ତା-ବାଦାମରେ ତିଆରି ଲଡୁ ଭୋଗ ଅର୍ପଣ କରନ୍ତୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ ।

ତୁଳା- ଏହି ରାଶିର ବ୍ୟକ୍ତି ବିଶେଷ ଲହୁଣୀ, ମିଶ୍ରି ଅର୍ପଣ କରନ୍ତୁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ବିଛା- ଏହି ରାଶିର ବ୍ୟକ୍ତି ବିଶେଷ ଗୁଡରେ ତିଆରି ଜିନିଷ ଭୋଗ ଲଗାନ୍ତୁ । ଏହାଦ୍ୱାରା ସଫଳତା ମିଳିଥାଏ ।

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ କେସର ମିଶ୍ରିତ କ୍ଷୀରି କିମ୍ବା ଲଡୁ ଅର୍ପଣ କରନ୍ତୁ । ଭାଗ୍ୟରେ ଶୁଭ ପରିବର୍ତ୍ତନ ହୋଇଥାଏ ।

ମକର- ଏହି ରାଶିର ବ୍ୟକ୍ତି ବିଶେଷ ଗୁଡ ଓ ବେସନରେ ତିଆରି ଲଡୁ ପ୍ରଭୁଙ୍କୁ ଅର୍ପଣ କରନ୍ତୁ । ଏହାଦ୍ୱାରା ଧନ ଓ ମାନ-ସମ୍ମାନ ବୃଦ୍ଧି ହୋଇଥାଏ ।

କୁମ୍ଭ- ଏହି ରାଶିର ବ୍ୟକ୍ତି ବିଶେଷ ହାଲୱା ଭୋଗ ଅର୍ପଣ କରନ୍ତୁ । ଏହାଦ୍ୱାରା ମାନ-ସମ୍ମାନ ବୃଦ୍ଧି ହେବ ।

ମୀନ- ଏହି ରାଶିର ବ୍ୟକ୍ତି ବିଶେଷ କ୍ଷୀରି ଭୋଗ ଅର୍ପଣ କରନ୍ତୁ । ଏହାଦ୍ୱାରା ଜୀବନରେ ଉନ୍ନତି ଓ ମନ ଶାନ୍ତ ରହିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.