ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ରିଲିଜ୍‌ ପୂର୍ବରୁ ଉଠିଗଲା ‘ଭୂଲ୍‌ ଭୁଲୈୟା-୩’ର ବଜେଟ୍‌ ଖର୍ଚ୍ଚ, ଫିଲ୍ମକୁ ମିଳିଲା ବଡ ଡିଲ୍‌

Published By : Krishna Priya | October 4, 2024 8:41 AM

ମୁମ୍ବାଇ ୦୪/୧୦: ଚଳିତ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ କାର୍ତ୍ତିକ ଆର୍ଯ୍ୟାନ୍‌ ଓ ବିଦ୍ୟା ବାଲନ ଷ୍ଟାରର୍‌ ‘ଭୂଲ୍‌ ଭୁଲୈୟା-୩’ । ନିକଟରେ ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ପରେ ଫ୍ୟାନ୍‌ଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି । ଟିଜର୍‌କୁ ଦର୍ଶକୀୟ ଆଦୃତି ମିଳିଛି । ଫିଲ୍ମରେ ରାଇଜିଂ ଷ୍ଟାର୍‌ କାର୍ତ୍ତିକ ଆର୍ଯ୍ୟାନ୍‌ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ମୂଳ ଫିଲ୍ମରେ ମନୋରଞ୍ଜନର ଭରପୂର ଖୋରାକ ଦେଇଥିବା ବିଦ୍ୟା ବାଲନଙ୍କୁ ଏଥିରେ ପୁଣି ଥରେ ଦେଖିବାକୁ ମିଳିବ । ଅଭିନେତ୍ରୀ ତୃପ୍ତି ଡିମରୀ ଓ ମାଧୁରୀ ଦୀକ୍ଷିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଦୀପାବଳିରେ ରିଲିଜ୍‌ ହେବାକୁ ଯାଉଥିବା ‘ଭୂଲ୍‌ ଭୁଲୈୟା-୩’ର ବଡ଼ କଲେକ୍ସନ୍‌ ଏବେଠୁ ହେଲାଣି । 

ରିପୋର୍ଟ ଅନୁସାରେ, ନିର୍ଦ୍ଦେଶକ ଅନୀସ ବଜ୍‌ମୀଙ୍କୁ ଦମ୍‌ଦାର ଅଣ-ଥିଏଟର ଡିଲ୍‌ ମିଳିଛି । ଫିଲ୍ମର ଡିଜିଟାଲ, ସାଟେଲାଇଟ୍‌ ଓ ମ୍ୟୁଜିକ୍‌ ଅଧିକାର ପାଇଁ ନିର୍ମାତା ୧୩୫ କୋଟି ଟଙ୍କାର ଡିଲ୍‌ କରିଛନ୍ତି । ଏହି ଡିଲ୍‌ ସହିତ ଫିଲ୍ମଟି ବଜେଟ୍‌ର ବଡ଼ ଅଂଶ ହାସଲ କରିସାରିଛି । ଫିଲ୍ମଟି ୧୫୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ହରର୍‌-କମେଡି ଫିଲ୍ମକୁ ଦର୍ଶକ ଖୁବ୍‌ ଭଲପାଇବା ଦେଇଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ‘ସ୍ତ୍ରୀ-୨’ ଏହାର ପ୍ରମାଣ । ‘ଭୂଲ୍‌ ଭୁଲୈୟା-୩’ ସହିତ ଅଜୟ ଦେବଗନଙ୍କ ‘ସିଂଘମ୍‌ ଏଗେନ୍‌’ ମଧ୍ୟ ମୁକ୍ତିଲାଭ କରିବ । ନିକଟରେ ଚର୍ଚ୍ଚା ହେଉଥିଲା, ଅଜୟଙ୍କ ଫିଲ୍ମ ଲାଗି ୨୦୦ କୋଟିର ଅଣ-ଥିଏଟର ଡିଲ୍‌ ହୋଇଛି । ଫିଲ୍ମରେ ଅଜୟଙ୍କ ସହିତ କରୀନା କପୁର, ଦୀପିକା ପାଦୁକୋନ, ଅକ୍ଷୟ କୁମାର, ରଣବୀର ସିଂହ ଓ ଟାଇଗର ଶ୍ରଫ୍‌ ନଜର ଆସିବେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.