ବରଗଡ,୧।୧୨  : ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇ କଂସ ଚୟନ ହୋଇଛନ୍ତି।   ମଥୁରାଧୀପତି ନରେଶ ମହାରାଜ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ବର ପ୍ରଧାନ। ୧୧ ଦିନ ଧରି ଚାଲିବ ତାଙ୍କରି ଶାସନ । ତାଙ୍କରି ଅଟ୍ଟହାସ୍ୟରେ କମ୍ପିବ ମଥୁରା।

ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ କଳାକାର ହୃଷୀକେଶ ଭୋଇ ବାଦ ପଡ଼ିବା ପରେ ପୁଣି ଥରେ  କଂସ ଚୟନ ହୋଇଥିଲା । ଗତ ୨୦୨୨ ମସିହାରେ ହୋଇଥିବା କଂସ ଚୟନରେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା ଚାରିଜଣ କଳାକାରଙ୍କ ମଧ୍ୟରୁ ଜଣକୁ ଚୟନ କରାଯାଇଛି  । ବରଗଡ଼ ଟାଉନ ହଲ ଠାରେ   କଂସ ଚୟନ ପ୍ରକ୍ରିୟା ହୋଇଥିଲା।  ଯେଉଁ ଥିରେ ସାମିଲ ହୋଇଥିଲେ ୪ ଜଣ ଦକ୍ଷ କଳାକାର ଭୁବନେଶ୍ୱର ପ୍ରଧାନ, ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର ଓ ଶୁଣିଲ ମେହେର । 

ବରଗଡ଼ ଜିଲ୍ଲାର ଅଧ୍ୟାପକ ଚୂଡାମଣି ରଥ,ଭବାନି ପାଟଣାର ଡ. ଉମେଶ ଚନ୍ଦ୍ର ଶତପଥି , ଝାରସୁଗୁଡ଼ା ଜିଲ୍ଲାର ସଂଦୀପ ଆଚାର୍ଯ୍ୟ ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାଙ୍କନ କରି ଚଳିତବର୍ଷ   ଧନୁଯାତ୍ରାର କଂସଙ୍କୁ ଚୟନ କରିଛନ୍ତି।  ଭୁବନେଶ୍ବର ପ୍ରଧାନଙ୍କୁ କଂସ ଭାବେ ଚୟନ କରାଯାଇଛି। ଧନୁଯାତ୍ରାରେ ସେ କଂସ ଭୂମିକାରେ ଅଭିନୟ କରିବେ। ୧୧ ଦିନ ଧରି ବରଗଡ ଧନୁଯାତ୍ରାରେ ତାଙ୍କରି ଶାସନ ଚାଲିବ।