ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭୁବନେଶ୍ୱର ରନୱେ ୱିକ୍‌ ସିଜିନ୍‌-୧୨, ର‌୍ୟାମ୍ପ୍‌ରେ ଝଟକିଲା ଭାରତୀୟ ସଂସ୍କୃତି

Published By : Prameya | March 31, 2025 10:55 AM

ଭୁବନେଶ୍ୱର,୩୧/୦୩: ର‌୍ୟାମ୍ପରେ ଝଟକିଲା  ଭାରତୀୟ ସଂସ୍କୃତି । ଆଡିକ୍ସନ ଫ୍ୟାସନ ମ୍ୟାନେଜମେଣ୍ଟ  ପକ୍ଷରୁ ରବିବାର ସ୍ଥାନୀୟ ଏକ ତାରକା ହୋଟେଲରେ  ଅନୁଷ୍ଠିତ ‘ଭୁବନେଶ୍ୱର ରନୱେ ୱିକ୍‌’ର ୧୨ତମ  ସଂସ୍କରଣରେ ଦେଖିବାକୁ ମିଳିଥିଲା ପରମ୍ପରା ସହ  ଗ୍ଲାମର୍‌ର ଯୁଗଳବନ୍ଦୀ । ଜନ ଅଜୟଙ୍କ ନିର୍ଦ୍ଦେଶନାରେ  ଆୟୋଜିତ ଏହି ଫ୍ୟାଶନ୍‌ ଶୋ’ରେ ବଛା ବଛା ୧୨ଜଣ  ଡିଜାଇନର୍‌ ଭଳିକି ଭଳି ଡିଜାଇନ ପ୍ରଦର୍ଶିତ କରିଥିଲେ । 

ଡିଜାଇନର୍‌ ମୋହିତ୍‌ କୁମାର ସଚଦେବ ବ୍ରାଣ୍ଡରେ  ମୋହିତ୍‌ ସଚଦେବ କକଟେଲ୍‌ ଡ୍ରେସ ଠାରୁ ଆରମ୍ଭ କରି  ବେସ୍ପାକ ଗାଉନ୍‌ ପର୍ଯ୍ୟନ୍ତ ଷ୍ଟାଇଲ୍‌ ପୁଣି ସନ୍ଧ୍ୟାକାଳୀନ  ପୋଷାକ ଏବଂ ଚିକ୍‌ ପୋଷାକ ପ୍ରଦର୍ଶିତ ହୋଇଥିଲା । ଲେବେଲ୍‌ ସୁରିୟଲ ବ୍ରାଣ୍ଡର ଅର୍ପିତା ସାମଲ ଛୋଟ ପିଲାଙ୍କ ପାଇଁ ହାଲୁକା କପଡା ଏବଂ ସୁନ୍ଦର ଗ୍ରୀଷ୍ମକାଳୀନ  ବିବାହ ପୋଷାକ ପିନ୍ଧିଥିଲେ । ଏନ୍‌ଆଇଏଫ୍‌ ଗ୍ଲୋବାଲ  ଭୁବନେଶ୍ୱର ପକ୍ଷରୁ ପ୍ରଦର୍ଶିତ ଡିଜାଇନରେ ସଂଗ୍ରହ  ଧାତୁମୟ ଚମକ, ଚମକଦାର କପଡ଼ା ଦେଖିବାକୁ  ମିଳିଥିଲା । ମହିଳାଙ୍କ ପାଇଁ ଡିଜାଇନ୍‌ ହୋଇଥିବା ସେଲେଷ୍ଟିୟାଲ୍‌ ଗ୍ଲିମ୍‌ କକଟେଲ୍‌ ପୋଷାକ ଖୁବ୍‌  ଆକର୍ଷଣୀୟ ଥିଲା । ବଲିଉଡରେ ନିଜ ଛାପ ଛାଡ଼ିଥିବା  ଲେବେଲ ସାକ୍ଷୀ ବିନ୍ଦ୍ରା ବ୍ରାଣ୍ଡର ଉତ୍କୃଷ୍ଟ ଗାଉନ୍‌, ରିସର୍ଟ  ପୋଷାକରେ ଭାରତୀୟ ଛାପ ଦେଖିବାକୁ ମିଳିଥିଲା ।  

ବିବାହ ଋତୁ ପାଖେଇ ଆସୁଥିବାରୁ ଭିକା ବ୍ରାଣ୍ଡର ଅରବିନ୍ଦ ଆମପୁଲ୍ଲା ପ୍ରଦର୍ଶିତ କରିଥିଲେ ଭାରତୀୟ କାଞ୍ଜିବରମ୍‌, ପଠାନୀ, ବନାରସୀ, କୋଟା, ଖଦି ଏବଂ ମସଲିନ୍‌  ଭଳି ପାରମ୍ପରିକ ପୋଷାକ । ପାରୁଲ ଖୈତାନ ବ୍ରାଣ୍ଡର  କଳାରଙ୍ଗର ପୋଷାକର ସୃଜନଶୀଳତା ଓ କାରିଗରଙ୍କ ସୂକ୍ଷ୍ମ ଡିଜାଇନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ହରିଶ ଅକିସେଟ୍ଟୀଙ୍କ ଜଟିଳ କାରୁକାର୍ଯ୍ୟ ଏବଂ ସ୍ପନ୍ଦନଶୀଳ  ରଙ୍ଗ ପ୍ୟାଲେଟ୍‌ର ପ୍ରତ୍ୟେକ ଖଣ୍ଡରେ ଥିଲା ଗ୍ଲାମରର  ସ୍ପର୍ଶ । ଡିଜାଇନର ଶ୍ରୁନି ରେଡ୍ଡୀ ତାଙ୍କ ଡିଜାଇନ୍‌ ବିବାହ  ଓ ବିଶେଷ ଅବସରରେ ଗ୍ଲାମର୍ସର ସ୍ପର୍ଶ ରହିଥାଏ । ରାମ୍ପରେ ତାଙ୍କର ଜଟିଳ ଡିଜାଇନ୍‌ ସହିତ ରୂପା ଏବଂ ସୁନାର ଚମକ ଦେଖିବାକୁ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.