ଭୁବନେଶ୍ୱର,୩୧/୦୩: ର‌୍ୟାମ୍ପରେ ଝଟକିଲା  ଭାରତୀୟ ସଂସ୍କୃତି । ଆଡିକ୍ସନ ଫ୍ୟାସନ ମ୍ୟାନେଜମେଣ୍ଟ  ପକ୍ଷରୁ ରବିବାର ସ୍ଥାନୀୟ ଏକ ତାରକା ହୋଟେଲରେ  ଅନୁଷ୍ଠିତ ‘ଭୁବନେଶ୍ୱର ରନୱେ ୱିକ୍‌’ର ୧୨ତମ  ସଂସ୍କରଣରେ ଦେଖିବାକୁ ମିଳିଥିଲା ପରମ୍ପରା ସହ  ଗ୍ଲାମର୍‌ର ଯୁଗଳବନ୍ଦୀ । ଜନ ଅଜୟଙ୍କ ନିର୍ଦ୍ଦେଶନାରେ  ଆୟୋଜିତ ଏହି ଫ୍ୟାଶନ୍‌ ଶୋ’ରେ ବଛା ବଛା ୧୨ଜଣ  ଡିଜାଇନର୍‌ ଭଳିକି ଭଳି ଡିଜାଇନ ପ୍ରଦର୍ଶିତ କରିଥିଲେ । 

ଡିଜାଇନର୍‌ ମୋହିତ୍‌ କୁମାର ସଚଦେବ ବ୍ରାଣ୍ଡରେ  ମୋହିତ୍‌ ସଚଦେବ କକଟେଲ୍‌ ଡ୍ରେସ ଠାରୁ ଆରମ୍ଭ କରି  ବେସ୍ପାକ ଗାଉନ୍‌ ପର୍ଯ୍ୟନ୍ତ ଷ୍ଟାଇଲ୍‌ ପୁଣି ସନ୍ଧ୍ୟାକାଳୀନ  ପୋଷାକ ଏବଂ ଚିକ୍‌ ପୋଷାକ ପ୍ରଦର୍ଶିତ ହୋଇଥିଲା । ଲେବେଲ୍‌ ସୁରିୟଲ ବ୍ରାଣ୍ଡର ଅର୍ପିତା ସାମଲ ଛୋଟ ପିଲାଙ୍କ ପାଇଁ ହାଲୁକା କପଡା ଏବଂ ସୁନ୍ଦର ଗ୍ରୀଷ୍ମକାଳୀନ  ବିବାହ ପୋଷାକ ପିନ୍ଧିଥିଲେ । ଏନ୍‌ଆଇଏଫ୍‌ ଗ୍ଲୋବାଲ  ଭୁବନେଶ୍ୱର ପକ୍ଷରୁ ପ୍ରଦର୍ଶିତ ଡିଜାଇନରେ ସଂଗ୍ରହ  ଧାତୁମୟ ଚମକ, ଚମକଦାର କପଡ଼ା ଦେଖିବାକୁ  ମିଳିଥିଲା । ମହିଳାଙ୍କ ପାଇଁ ଡିଜାଇନ୍‌ ହୋଇଥିବା ସେଲେଷ୍ଟିୟାଲ୍‌ ଗ୍ଲିମ୍‌ କକଟେଲ୍‌ ପୋଷାକ ଖୁବ୍‌  ଆକର୍ଷଣୀୟ ଥିଲା । ବଲିଉଡରେ ନିଜ ଛାପ ଛାଡ଼ିଥିବା  ଲେବେଲ ସାକ୍ଷୀ ବିନ୍ଦ୍ରା ବ୍ରାଣ୍ଡର ଉତ୍କୃଷ୍ଟ ଗାଉନ୍‌, ରିସର୍ଟ  ପୋଷାକରେ ଭାରତୀୟ ଛାପ ଦେଖିବାକୁ ମିଳିଥିଲା ।  

ବିବାହ ଋତୁ ପାଖେଇ ଆସୁଥିବାରୁ ଭିକା ବ୍ରାଣ୍ଡର ଅରବିନ୍ଦ ଆମପୁଲ୍ଲା ପ୍ରଦର୍ଶିତ କରିଥିଲେ ଭାରତୀୟ କାଞ୍ଜିବରମ୍‌, ପଠାନୀ, ବନାରସୀ, କୋଟା, ଖଦି ଏବଂ ମସଲିନ୍‌  ଭଳି ପାରମ୍ପରିକ ପୋଷାକ । ପାରୁଲ ଖୈତାନ ବ୍ରାଣ୍ଡର  କଳାରଙ୍ଗର ପୋଷାକର ସୃଜନଶୀଳତା ଓ କାରିଗରଙ୍କ ସୂକ୍ଷ୍ମ ଡିଜାଇନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ହରିଶ ଅକିସେଟ୍ଟୀଙ୍କ ଜଟିଳ କାରୁକାର୍ଯ୍ୟ ଏବଂ ସ୍ପନ୍ଦନଶୀଳ  ରଙ୍ଗ ପ୍ୟାଲେଟ୍‌ର ପ୍ରତ୍ୟେକ ଖଣ୍ଡରେ ଥିଲା ଗ୍ଲାମରର  ସ୍ପର୍ଶ । ଡିଜାଇନର ଶ୍ରୁନି ରେଡ୍ଡୀ ତାଙ୍କ ଡିଜାଇନ୍‌ ବିବାହ  ଓ ବିଶେଷ ଅବସରରେ ଗ୍ଲାମର୍ସର ସ୍ପର୍ଶ ରହିଥାଏ । ରାମ୍ପରେ ତାଙ୍କର ଜଟିଳ ଡିଜାଇନ୍‌ ସହିତ ରୂପା ଏବଂ ସୁନାର ଚମକ ଦେଖିବାକୁ ମିଳିଥିଲା ।