ଭୁବନେଶ୍ୱର,୩୦/୧୧: ନୂଆ ରୂପ ପାଇବ ମାଛ ମାର୍କେଟ। ବିଏମସି ୪ ନମ୍ବର ମାଛ ମାର୍କେଟର ହେବ ନବକଳେବର। ମାର୍କେଟର ନୂଆ ରପୂରେଖ ନେଇ ସମୀକ୍ଷା କରିଛନ୍ତି ବିଏମ୍‌ସି କମିଶନ। ପାର୍କିଂ ସହ ସମସ୍ତ ସୁବିଧା ଉପଲବ୍ଧ ହେବା ସହ ଖୁବ୍‌ଶୀଘ୍ର ମାଛ ମାର୍କେଟର ବେଆଇନ୍ ଘର ଭଙ୍ଗାଯିବା ନେଇ ଆଲୋଚନା ହୋଇଛି।

​​​​​​​ସୂଚନା ଅନୁଯାୟୀ ରବିବାର ସକାଳୁ ସକାଳୁ ବିଏମ୍‌ସି ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଲ ରଣା ୪ ନମ୍ବର ମାଛ ମାର୍କେଟ ପରିଦର୍ଶନ କରିଥିଲେ । ଏଥିସହିତ ମାର୍କେଟର ନୂଆ ରୂପରେଖ ନେଇ ସମୀକ୍ଷା କରିବା ସହ ସ୍ଥାନୀୟ ବେପାରୀଙ୍କ ସହ ଆଲୋଚନା କରିଥିଲେ। ଆମିଷ ମାର୍କେରରେ ପରିମଣ ବ୍ୟବସ୍ଥା, ପାର୍କିଂ ଓ ବର୍ଜ୍ୟବସ୍ତୁ କିପରି ମ୍ୟାନେଜ କରାଯିବା। ଏଥି ସହିତ ବଜାରକୁ ଆସୁଥିବା ଗ୍ରାହକମାନଙ୍କ କିପରି ସମସ୍ତ ସୁବିଧା ମିଳିପାରିବ ନେଇ ଆଲୋଚନା ହୋଇଥିଲା। ୟୁନିଟ୍ -୪ ନମ୍ବର ମାଛ ମାର୍କେଟରେ ଦୀର୍ଘ ଦିନ ହେବ ବେଆଇନ ନିର୍ମାଣ ହୋଇଥିବା ଘର ଗୁଡିକୁ ଭଙ୍ଗାଯିବ।