ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆଜି ପେରୁରେ ଚୀନ ରାଷ୍ଟ୍ରପତିଙ୍କୁ ଭେଟିବେ ଜୋ ବାଇଡେନ,ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

Published By : Anindita Ratha | November 16, 2024 8:33 AM

ନୂଆଦିଲ୍ଲୀ,୧୬/୧୧:   ଆଜି ପେରୁରେ ଚୀନ ରାଷ୍ଟ୍ରପତିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ସାକ୍ଷାତ । ତେବେ ଏହି ସାକ୍ଷାତରେ ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ଅନ୍ୟାନ୍ୟ  ପ୍ରସଙ୍ଗରେ ହେବ ଆଲୋଚନା । ଗତ ୪ ବର୍ଷରେ ଦୁଇ ଦେଶ ମଧ୍ଯରେ ଘଟିଯାଇଥିବା ବିଭିନ୍ନ ଘଟଣାବଳୀ ଉପରେ ଦୁଇ ନେତା ଆଲୋକପାତ କରିବେ ବୋଲି ସୂଚନା ରହିଛି। 

ସୂଚନା ମୁତାବକ, ଆମେରିକାରେ କ୍ଷମତା ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବ ବହନ କରୁଛି । ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଅବସରରେ ଦୁଇ ନେତା ପରସ୍ପରକୁ ଭେଟିବେ । ଆସନ୍ତା ଜାନୁଆରୀରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାକୁ ଯାଉଥିବାବେଳେ ବାଇଡେନ- ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ଗୁରୁତ୍ବପୂର୍ଣ୍ଣ ହୋଇଛି । ବାଇଡେନ ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବା ପରଠାରୁ ଜିନପିଙ୍ଗଙ୍କ ସହ ଆଲୋଚନା କ୍ଷେତ୍ରରେ ଏହା ତୃତୀୟ । ପୂର୍ବରୁ ଉଭୟ ୨୦୨୨ରେ ବାଲିରେ ଓ ୨୦୨୩ରେ କାଲିଫର୍ଣ୍ଣିଆରେ  ପରସ୍ପରକୁ ଭେଟିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.