ନୂଆଦିଲ୍ଲୀ : ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ପୁଲିସର ଜୋରଦାର କାର୍ଯ୍ୟାନୁଷ୍ଠାନ। ଏକ ବଡ଼ ଅପରେସନ ଅନୁସାରେ, ଶହ ଶହ ଅପରାଧିଙ୍କୁ କରିଛି ଗିରଫ। କେବଳ ନର୍ଥୱେଷ୍ଟ ଦିଲ୍ଲୀରେ ୪୧୫ ୱାଣ୍ଟେଡ୍ ଅପରାଧିଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ୮୧ ଜଣ ଘୋଷିତ ଅପରାଧି ଅଛନ୍ତି। ୧ରୁ ୧୫ ଡିସେମ୍ୱର ମଧ୍ୟରେ ଚାଲିଥିବା ଅପରେସନରେ ତାଙ୍କୁ ଗିରଫ କରାଯାଇଛି।
ଡିସିପି (ନର୍ଥୱେଷ୍ଟ) ଅଭିଷେକ ଧନିଆ କହିଛନ୍ତି ଯେ , ଏହି ଅପରେସନରେ ୧୫୦୦ ପୁଲିସକର୍ମୀଙ୍କୁ ସାମିଲ କରାଯାଇ ଥିଲା। ଏହାର ଲକ୍ଷ୍ୟ ଅପରାଧିକ କାର୍ଯ୍ୟକଳାପ ଉପରେ ଲଗାମ ଓ ବିଧାନସଭା ନିର୍ବାଚନ ପୂର୍ବରୁ ନାଗରିକ ସୁରକ୍ଷା ସୁନିଶ୍ଚିତ କରିବା ଅଛି। ଟିମ୍ ୮୧ ଘୋଷିତ ଅପରାଧି ଓ ପାରୋଲ ଜମ୍ପ କରି ସାରିଥିଲା ଅଭିଯୁକ୍ତଙ୍କୁ ମଧ୍ୟ ଧରିଛି।
ଡିସିପି କହିଛନ୍ତି ଯେ , ଅପରେସନରେ ସେହି ଲୋକଙ୍କୁ ଟାର୍ଗେଟ୍ କରାଯାଇଛି, ଯେଉଁମାନେ ଚୋରି , ଡ଼କାୟତି ଭଳି ଗୁରୁତର ଅପରାଧରେ ସାମିଲ ଅଛନ୍ତି। ସଙ୍ଗଠିତ ଅପରାଧ ସହ ଜଡ଼ିତ ୨୧ ଜଣ ଲୋକଙ୍କୁ ଗିରଫ କରାଯାଇଛି , ଯିଏ ଅବୈଧ ମଦ୍ୟପାନ , ଜୁଆ , ମାଦକ ଦ୍ରବ୍ୟ ଓ ସଡ଼କରେ ଘଟୁଥିବା ଅପରାଧିରେ ସାମିଲ ଅଛନ୍ତି। ୬୧ ଜଣ ଏମିତି ଲୋକଙ୍କ ଧରା ଯାଇଛି ଯିଏକି ଡ୍ରଗ୍ସ ତସ୍କରୀରେ ସାମିଲ ଅଛନ୍ତି। ୫୩ଜଣ ନାବାଳକଙ୍କୁ ମଧ୍ୟ ହେପାଜତକୁ ନିଆ ଯାଇଛି ,ଯେଉଁଥିରୁ ୧୮ଜଣ ଗୁରୁତର ଅପରାଧରେ ଲିପ୍ତ ଅଛନ୍ତି।