ନୂଆଦିଲ୍ଲୀ,୨।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ରିଟାୟରମେଣ୍ଟ ପ୍ଲାନିଂ ସମ୍ପର୍କିତ ଏକ ବଡ଼ ଅପଡେଟ୍ ଆସିଛି। ଏବେ ନ୍ୟାସନାଲ ପେନସନ୍ ସ୍କିମ୍(ଏନ୍‌ପିଏସ୍) ଓ ୟୁପିଏସ୍ (ୟୁନିଫାଏଡ ପେନଶନ୍ ସ୍କିମ୍) ରେ ନିବେଶ କରୁଥିବା କର୍ମଚାରୀଙ୍କୁ ନିଜ ଟଙ୍କା ନିବେଶ ଉପରେ ପୂର୍ବ ତୁଳନାରେ ଅଧିକ କନଟ୍ରୋଲ ମିଳିବ। ପେନଶନ୍‌ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି(ପିଏଫଆରଡିଏ)ରେ ନିବେଶ ବିକଳ୍ପର ସଂଖ୍ୟା ୪ରୁ ବଢାଇ ୬ କରି ଦିଆଯାଇଛି, ଯାହାଫଳରେ ସବସ୍କ୍ରାଇବର ନିଜର କ୍ଷମତା ହିସାବରେ ଭଲ ଚୟନ କରିପାରିବେ। ଏପର୍ଯ୍ୟନ୍ତ ଅଧିକାଂଶ ସରକାରୀ କର୍ମଚାରୀ ‘ଡିଫଲ୍ଟ ସ୍କିମ୍’ ରେ ଅଛନ୍ତି ଓ କେବଳ ପ୍ରାୟ ୪% ହିଁ ଅଲଗା ବିକଳ୍ପ ଚୟନ କରିଛନ୍ତି।

ଡିଫଲ୍ଟ ସ୍କିମ୍‌ରେ କର୍ମଚାରୀଙ୍କ ଯୋଗଦାନ ପୂର୍ବରୁ ଧାର୍ଯ୍ୟ ଆସେଟ୍ ଏଲୋକେସନ୍ ପାର୍ଟନ ଅନୁସାରେ, ତିନୋଟି ପେନସନ୍ ଫଣ୍ଡ ଦ୍ବାରା ମ୍ୟାନେଜ କରାଯାଏ। କିନ୍ତୁ ଅର୍ଥମନ୍ତ୍ରଣାଳୟର ନୂଆ ନୋଟିଫିକେସନ୍ ପରେ ପିଏଫଆରଡିଏ ଦୁଇଟି ନୂଆ ଅଟୋ ଚଏସ୍‌ ବିକଳ୍ପ ଯୋଡିଛି। ଯାହାକି ସେହି କର୍ମଚାରୀଙ୍କ ପାଇଁ ରହିଛି, ଯେଉଁମାନେ ଦୀର୍ଘ ସମୟରେ ଅଧିକ ରିଟର୍ଣ୍ଣ ପାଇଁ ଅଧିକ ଇକ୍ବିଟି ବିପଦ ନେବାକୁ ପ୍ରସ୍ତୁତ ।ଏବେ ସରକାରୀ କର୍ମଚାରୀଙ୍କ ପାଖରେ ମୋଟ ୬ଟି ବିକଳ୍ପ ରହିଛି। ତାହା ହେଲା ଡିଫଲ୍ଟ ସ୍କିମ୍, ୧୦୦% G-Sec ଆକ୍ଟିଭ ଚଏସ୍ ଏବଂ ଚାରୋଟି ଅଲଗା ଅଲଗା ଲାଇଫ୍ ସାଇକେଲ ମଡେଲ ଯେଉଁଥିରେ ଇକ୍ବିଟି ପାଇଁ ସେୟାରିଂ ବୟସ ସହ ଧିରେ ଧିରେ କମ୍ ହେବାରେ ଲାଗିଥାଏ।

​​​​​​​

ନୂଆ ବିକଳ୍ପରେ ସବୁଠାରୁ ଖାସ୍ ହେଉଛି ଅଟୋ ଚଏସ୍ ଏଲସି ୭୫ ( ହାଇ ରିସ୍କ) ଓ ଏଲସି ଆଗ୍ରେସିଭ, ଯହାକୁ ଖାସ୍ ଭାବରେ ଯୁବ କର୍ମଚାରୀଙ୍କ ପାଇଁ ଡିଜାଇନ୍ କରାଯାଇଛି। ଏଲସି ୭୫ ମଡେଲରେ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ୭୫% ଟଙ୍କା ଇକ୍ବିଟିରେ ଲାଗିପାରେ, ଯାହାକି ୫୫ ବର୍ଷ ପର୍ଯ୍ୟନ୍ତ ହ୍ରାସ ପାଇ ୧୫% ହୋଇଯିବ। ସେଭଳି ଏଲସି ଆଗ୍ରେସିଭ ମଡେଲରେ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ୫୦% ଇକ୍ବିଟି ଓ ୫୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ ୩୫% ଇକ୍ବିଟି ଏକ୍ସପୋଜର ବଜାୟ ରହିବ। ଏହି ବିକଳ୍ପର ଉଦେଶ୍ୟ ହେଉଛି କର୍ମଚାରୀ ଦୀର୍ଘ ସମୟ ଭିତରେ ମାର୍କେଟ ଗ୍ରୋଥ୍‌ର ଲାଭ ଉଠାଇ ବଡ଼ ରିଟାୟରମେଣ୍ଟ କର୍ପସ ପ୍ରସ୍ତୁତ କରିପାରିବେ।

ଯେଉଁ କର୍ମଚାରୀ ଡିଫଲ୍ଟ ସ୍କିମ୍ ବାହାରକୁ ଯିବାକୁ ଚାହାଁନ୍ତି, ତାଙ୍କୁ ଉପଲବ୍ଧ  ୫ଟି ନନ୍-ଡିଫଲ୍ଟ ବିକଳ୍ପ ଭିତରୁ ଗୋଟିଏ ଚୟନ କରିବାକୁ ହେବ ଓ ପିଏଫଆରଡିଏର ୧୦ ପେନସନ୍ ଫଣ୍ଡ ମ୍ୟାନେଜର୍ସ ଭିତରୁ ଜଣକୁ ସିଲେକ୍ଟ କରିବାକୁ ହେବ। ପିଏଫଆରଡିଏ ସବୁ ସବସ୍କ୍ରାଇବର୍ସକୁ ପରାମର୍ଶ ଦେଇଛନ୍ତି ଯେ, ସମୟ ସମୟରେ ସ୍କିମ୍‌ର ପରଫରମାନ୍ସ ଦେଖ ଓ ଠିକ୍ ଭାବରେ ବୁଝି ଚୟନ କର। ଏହି ସ୍କିମ୍‌ର ଅପଡେଟ୍ ରିଟର୍ଣ୍ଣ ଡାଟା ଏନ୍‌ପିଏସ୍‌ ଟ୍ରଷ୍ଟର ଓ୍ବେବସାଇଟ୍‌ରେ ରହିଛି। ଭଲ କଥା ଏହା ଯେ, ନୂଆ ବିକଳ୍ପ ସିଆରଏ ପ୍ଲାଟଫର୍ମରେ ଆକ୍ଟିଭ ହୋଇସାରିଛି। ଅର୍ଥାତ ସରକାରୀ କର୍ମଚାରୀ ଏହାକୁ ତୁରନ୍ତ ଚୟନ କରି ନିଜର ନିବେଶ ପ୍ରୋଫାଇଲ ବଦଳାଇ ପାରିବେ।