ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଚାରିଆଡୁ ଘେରି ହୋଇଗଲେଣି ଜେଲେନସ୍କି, ୧ ଲକ୍ଷରୁ ଅଧିକ ସୈନିକ ଛାଡି ସାରିଲେଣି ରଣଭୂମି

Published By : Harapriya Biswal | December 2, 2024 5:43 PM

ନୂଆଦିଲ୍ଲୀ,୨।୧୨: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପାଇଁ ଦିନକୁ ଦିନ ବଢିବାରେ ଲାଗିଛି ଅଡୁଆ।  ମିଳୁଛି ଗୋଟିଏ ପରେ ଗୋଟିଏ ଝଟକା। ଗୋଟିଏ ପଟେ ୟୁକ୍ରେନ୍‌ ଉପରେ ଋଷ ଜୋରଦାର ମିଶାଇଲ ମାଡ଼ କରୁଛି। ଅନ୍ୟପକ୍ଷେ ଆସନ୍ତା ମାସ ଡୋନାଲ୍ଡୋ ଟ୍ରମ୍ପ ଶାସନ ଭାର ସମ୍ଭାଳିବା ପରେ ଆର୍ଥିକ ଓ ସାମରିକ ସ୍ତରରେ କାଟ୍ କରିବାର ମଧ୍ୟ ବିପଦ ଘନେଇଛି। ଏସବୁ ଭିତରେ ସବୁଠାରୁ ବଡ଼ କଥା ହେଲା ଯୁଦ୍ଧଭୂମିରୁ ହଜାର ହଜାର ସୈନିକଙ୍କ ପଳାୟନ। ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୬୦ ହଜାର ସୈନିକ ଯୁଦ୍ଧଭୂମି ଛାଡି ପଳାୟନ କରିଛନ୍ତି। ଏହି ସଂଖ୍ୟା ୨୦୨୨ ଓ ୨୦୨୩ରେ ଯୁଦ୍ଧଭୂମି ଛାଡି ପଳାୟନ କରିଥିବା ସୈନିକଙ୍କ ସଂଖ୍ୟାଠାରୁ ଦୁଇଗୁଣା ଅଧିକ ରହିଛି। 

ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟରେ କୁହାଯାଇଛି ଯେ, ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ଭିତରେ ଋଷ ବିରୋଧରେ ଯୁଦ୍ଧରେ ଦୁଇ ବର୍ଷ ତୁଳନାରେ ସବୁଠାରୁ ଅଧିକ ୟୁକ୍ରେନ୍‌ ସେନା ରଣଭୂମି ଛାଡି ପଳାୟନ କରିଛନ୍ତି। ୨୦୨୨ ରୁ ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ଜାରି ରହିଛି,ଯାହାକି ୩ ବର୍ଷ ପୂରଣ ହେବାର ଅଛି। ଆସୋସିଏଟେଡ୍ ପ୍ରେସ୍ ୟୁକ୍ରେନ୍‌ର ପ୍ରୋସିକ୍ୟୁଟର ଜେନେରାଲ ଅଫିସ ପକ୍ଷରୁ ମିଳିଥିବା ଏକ ରିପୋର୍ଟରେ କହିଛି ଏହି ୩ ବର୍ଷରେ ଋଷ ଆକ୍ରମଣ‌ ଭୟରେ ପ୍ରାୟ ୧ ଲକ୍ଷରୁ ଅଧିକ ସୈନିକ ରଣଭୂମି ଛାଡି ପଳାୟନ କରିଛନ୍ତି।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ୨୦୨୪ ରେ ଋଷ ପୂର୍ବ ୟୁକ୍ରେନ୍‌ର ବହୁ ଅଞ୍ଚଳରେ ଲଗାତାର ଆକ୍ରମଣ କରିବାରେ ଲାଗିଛି। ପୂର୍ବ ଡୋନଷ୍ଟକ୍ ବ୍ୟତୀତୀ ଅନ୍ୟ କ୍ଷେତ୍ରରେ ମଧ୍ୟ ଋଷ ସୈନିକମାନେ କବଜା କରିସାରିଲେଣି। ଏବେ ଋଷ ୟୁକ୍ରେନ୍ ପାଇଁ ସାମରିକ ରୂପରେ ଅଗଦୀଭକା ଭଳି ପ୍ରମୁଖ ବସ୍ତି ଉପରେ କବଜା କରିବାର ଦାବି କରୁଛି। ଏହାଛଡା ଋଷର ନଜର ଏବ ରଣନୈତିକ ରୂପରେ ଗୁରୁତ୍ବପୂର୍ଣ୍ଣ ନିପାପ୍ରେଟସ୍କ ଉପରେ ରହିଛି, ଯାହାକି ଡୋନେଷ୍ଟସ୍କ ସୀମା ନିକଟରେ ରହିଛି। ଅନ୍ୟପକ୍ଷେ ଋଷର ମଧ୍ୟ ସେନା ସଙ୍କଟ ଦେଖିବାକୁ ମିଳିଛି। ଉତ୍ତର କୋରିଆରୁ ଭଡାରେ ସୈନିକ ଆଣିବାକୁ ପଡିଛି। ୟୁକ୍ରେନରେ ମଧ୍ୟ ସୈନିକଙ୍କ ସଙ୍କଟ। ନୂତନ ସୈନିକଙ୍କ ନିଯୁକ୍ତି ନେଇ ୟୂକ୍ରେନ୍ ବୟସ ସୀମା ହ୍ରାସ କରିଛି। ୨୭ରୁ ହ୍ରାସ କରି ୨୫ କରିଦେଇଛି। ଏବେ ଓ୍ବାଶିଂଟନ୍ ତାକୁ ପରାମର୍ଶ ଦେଇଛି, ହ୍ରାସ ପାଉଥିବା ସୈନିକଙ୍କ ସଂଖ୍ୟା ପୁରା କରିବା ପାଇଁ ୟୁକ୍ରେନ୍‌ ସେନାରେ ଭର୍ତ୍ତି ହେବାପାଇଁ ସର୍ବନିମ୍ନ ବୟସ ସୀମାକୁ ହ୍ରାସ କରି ୧୮ ବର୍ଷ ତଳକୁ ରଖାଯାଉ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.