ଇମ୍ଫାଲ: ପିଏମ୍ ନରେନ୍ଦ୍ର ମୋଦିଙ୍କ ମଣିପୁର ଗସ୍ତ ଘଟଣା ସାମ୍ନାକୁ ଆସିବା ପରେ ମଣିପୁରର ଦୁଇ ପ୍ରମୁଖ କୁକିଜୋ ସମ୍ପ୍ରଦାୟ ହିଂସା ଛାଡି ଶାନ୍ତି ରକ୍ଷା କରିବାକୁ ସରକାରଙ୍କ ସହ ଚୁକ୍ତିନାମା ଦସ୍ତଖତ କରିଥିବା ଜଣାପଡିଛି। ଖାଲି ଏତିକି ନୁହେଁ ହିଂସା ଯୋଗୁଁ ବିସ୍ତାପିତ ଲୋକଙ୍କ ସହବସ୍ଥାନ ପାଇଁ ଆଗକୁ ଏହି ସମ୍ପ୍ରଦାୟ ସରକାରଙ୍କୁ ମଧ୍ୟ ସହଯୋଗ କରିବା ନେଇ ପ୍ରତିଶ୍ରୁତି ପ୍ରଦାନ କରିଛି।

ସରକାରଙ୍କ ସହ ଏହି ଶାନ୍ତି ଚୁକ୍ତି କରିଥିବା ଦୁଇ ଦଳ ହେଉଛନ୍ତି କୁକି ନେସନାଲ ଅରେଗାନାଇଜେସନ(କେଏନଓ) ଓ ୟୁନାଇଟେଡ ପିପୁଲ୍ସ ଫ୍ରଣ୍ଟ(ୟୁପିଏଫ୍)। ଆଗକୁ ମଣିପୁରରେ ହେବାକୁ ଥିବା ଶାନ୍ତି ଆଲୋଚନାରେ ଏହି ଦୁଇ ଦଳ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଅଧିକାରୀମାନେ ମତ ପ୍ରକାଶ କରିଛନ୍ତି। ଆପଣଙ୍କୁ ଜଣାଇ ରଖୁ ଯେ ଗତ ୨୦୨୩ ମସିହା ମେ ମାସରୁ ମଣିପୁରରେ ଲଗାତାର ହିଂସା ପରିଲକ୍ଷିତ ହୋଇ ଆସୁଛି। ଏହାପରଠୁ ପିଏମ୍ ମୋଦିଙ୍କ ଏହା ପ୍ରଥମ ମଣିପୁର ଗସ୍ତ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର ଗଭୀର ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ବିବୃତି ଜାର କରି କହିଛି ଯେଗୃହ ମନ୍ତ୍ରଣାଳୟ, ମଣିପୁର ସରକାର ଓ ଦୁଇ କୁକି ଦଳ ମଧ୍ୟରେ ଗୁରୁବାର ଏକ ତ୍ରିମୁଖି ଆଲୋଚନା ଜାରି ରହିଛି। ଆଲୋଚନାରେ ଉଭୟ ପକ୍ଷଙ୍କ କଥା ଶୁଣିବା ସହ ସେମାନଙ୍କୁ ପ୍ରତିସ୍ମୁତି ପ୍ରଦାନ କରାଯାଇଛି। ଏହାସହ ସାମାନଙ୍କ ସହିତ ବର୍ଷେ ପାଇଁ ଚୁକ୍ତି ମଧ୍ୟ କରାଯାଇଛି।

ଏହି ଚୁକ୍ତ ଫଳରେ ଏହି ଦୁଇ କୁକି ଦଳ ମଣିପୁରରେ ଶାନ୍ତି ରକ୍ଷା କରିବା ସହ ନିଜର ସମସ୍ତ ଅସ୍ତ୍ରଶସ୍ତ୍ର ନିକଟସ୍ଥ ସିଆରପିଏଫ ଓ ବିଏସଏଫ କ୍ୟାମ୍ପରେ ଜମା କରିବାକୁ ସହମତି ପ୍ରଦାନ କରିଛନ୍ତି। ଏହାସହ ସୁରକ୍ଷା ଦଳ ଗୁଡିକ ଦଳର ସମସ୍ତ ଲୋକଙ୍କ କଡାକଡି ଯାଞ୍ଚ କରିବେ। ଯାହାଦ୍ୱାରା ଦଳରେ ଥିବା କୌଣସି ବିଦେଶି ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

ମୌତେୟି ଗୋଷ୍ଠି ଦ୍ୱାରା ବାରମ୍ୱାର ଆକ୍ରମଣର ଅଭିଯୋଗ କରାଯାଇଥିବା ଟି କ୍ୟାମ୍ପକୁ ଅସୁରକ୍ଷିତ ଅଞ୍ଚଳରୁ ହଟାଇ ଦିଆଯିବା ସହ ସେହି ସ୍ଥାନରେ ସେନା ନିଜ କ୍ୟାମ୍ପ ସ୍ଥାପନା କରିବ। ନିଜ ଜାଗାରୁ ଉଠିଥିବା କୁକି ସମ୍ପ୍ରଦାୟ ଲୋକମାନେ ଏକ ସୁରକ୍ଷିତ ଅଞ୍ଚଳରେ କ୍ୟାମ୍ପ ସ୍ଥାପନା କରିବା ସହ ସେଠାରେ ବସବାସ ଆରମ୍ଭ କରିବେ।

ସୂଚନା ମୁତାବକ, ବିଭିନ୍ନ ଆପରାଧିକ ମାମଲାର ବିବରଣୀ ଅନୁଯାୟି କେଏନଓ ଦଳ ଉପରେ ପୂର୍ବରୁ ୧୬ଟି ମାମଲା ରହଥିଲା ବେଳେ ୟୁପିଏଫ୍ ଦଳ ଉପରେ ଭିନ୍ନ ଭିନ୍ନ ଟି ମାମଲା ରହିଛି। ତେବେ ଆଲୋଚନା ହୋଇଥିବା ଚୁକ୍ତି ଅନୁଯାୟୀ ଏହି ଦୁଇ ଗୋଷ୍ଠି ବର୍ତ୍ତମାନଠୁ ଆଉ କୌଣସି ପ୍ରକାରର ଆକ୍ରମଣ, ଚଢାଉ, ଅପହରଣ କିମ୍ବା ଦାଦାବଟି ଆଦାୟ ବନ୍ଦ କରିବା ସହ ହିଂସା ପରିତ୍ୟାଗ କରିବାକୁ ଏବଂ ଭାରତୀୟ ସମ୍ବିଧାନ ପାଳନ କରିବାକୁ ପ୍ରତିଜ୍ଞା କରିଛନ୍ତି।

ଏହାସହ କୁକୁଜୋ କାଉନସିଲ ନିଜ ଅକ୍ତିଆରରେ ଥିବା ସମସ୍ତ ଜାତୀୟ ରାଜପଥ-2କୁ ସମସ୍ତ ଲୋକମାନଙ୍କ ପାଇଁ ଉନ୍ମୁକ୍ତ କରିଛି। ଏହାସହ ଏହି ରାଜପଥ ଦେଇ ବର୍ତ୍ତମାନଠୁ ପଣ୍ୟ କାରବାର ଓ ସାଧାରଣ ପରିବହନ ସେବା ଆରମ୍ଭ ହୋଇପାରିବ ବୋଲି ଘୋଷଣା କରିଛି। ଏହାସହ ପ୍ରଧାନମନ୍ତ୍ରୀଙ୍କ ଗ୍ସତ ଅବସରରେ ନିୟୋଜିତ ହେବାକୁ ଥିବା ସମସ୍ତ ସୁରକ୍ଷା ଅଧିକାରୀଙ୍କୁ ଏହି ଦଳ ସମର୍ଥନ କରିବ ବୋଲି ମଧ୍ୟ ଘୋଷଣା କରିଛି।

ଗତ ୩ ମଇ ୨୦୨୩ ମସିହାରୁ ମଣିପୁର ଅଶାନ୍ତ ହୋଇପଡ଼ିଛି ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ମୈତେଇଙ୍କ ଦାବିକୁ ନେଇ ସୁପ୍ରିମକୋର୍ଟର ରାୟ ବିରୋଧରେ ଏକ ଆଦିବାସୀ ଏକତା ଶୋଭାଯାତ୍ରାରେ ପ୍ରଥମ ଜାତିଗତ ସଂଘର୍ଷ ସୃଷ୍ଟି କରିଥିଲା। ଏହାପରଠୁ ଏହି ସଂଘର୍ଷ ଆଜିଯାଏ ଜାରି ରହିଛି। ଯେଉଁଥିରେ କୁକି, ମୈତେଇ ଏବଂ ସୁରକ୍ଷା କର୍ମୀଙ୍କ ସମେତ ୨୬୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।