ନୂଆଦିଲ୍ଲୀ,୧।୯: ବିହାରରେ ସ୍ପେଶାଲ ଇଣ୍ଟେନସିଭ୍  ରିଭିଜନ୍ ବା ଏସଆଇଆର ମାମଲାରେ ସୋମବାର ସୁପ୍ରିମେକାର୍ଟଙ୍କ ଆସିଛି ବଡ଼ ରାୟ। ସୁପ୍ରିମକୋର୍ଟ ବିହାରରେ ଭୋଟରଙ୍କ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ପାଇଁ ଅଧିକ ସମୟ ଦେବାକୁ ମନା କରିଦେଇଛନ୍ତି। ତେବେ ୧ ସେପ୍ଟେମ୍ବର ପରେ ବି ଆପତ୍ତି ସ୍ବୀକାର କରାଯିବ। ଯେଉଁ ଲୋକଙ୍କ ନାଁ ଲିଷ୍ଟରେ ନାହିଁ, ଏହାର ସାହାର୍ଯ୍ୟ ପାଇଁ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯିବ। ଭୋଟର ତାଲିକା ପ୍ରସ୍ତୁତ ହେବା ପରେ ଏବଂ ନାମାଙ୍କନ ଦାଖଲ ହେବା ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ଦାଖଲ କରାଯାଇପାରିବ ବୋଲି ଭାରତୀୟ ନିର୍ବାଚନ କମିଶନ (ECI) ଯୁକ୍ତି ଦେବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। 

ସୁପ୍ରିମକୋର୍ଟ ରାଜନୈତିକ ଦଳ ଓ ହଟାଯାଇଥିବା ମତଦାତାଙ୍କ ଦାବି ଦାଖଲ କରିବାରେ ସାହାଯ୍ୟ ପାଇଁ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ନିଯୁକ୍ତି କରିବାକୁ କହିଛନ୍ତି। ସୁପ୍ରିମକୋର୍ଟ ବିହାର ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ୟକ୍ତି, ଦଳର ଦାବି ଓ  ଆପତ୍ତି ଦାଖଲ କରିବାରେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ନିଯୁକ୍ତି କରାଯାଉ। ପାରା ଲିଗାଲ ଭଲ୍ୟୁଣ୍ଟର ଜିଲ୍ଲା ବିଚାରପତିଙ୍କ ସମ୍ମୁଖରେ ଗୋପନୀୟ ରିପୋର୍ଟ ଦାଖଲ କରନ୍ତୁ, ଯାହା ଉପରେ ସେପ୍ଟେମ୍ବର ୮ ରେ ବିଚାର କରାଯିବ। ସୁପ୍ରିମକୋର୍ଟ କହିଛନ୍ତି, ବିହାର SIR ପ୍ରକ୍ରିୟା ଉପରେ ଦ୍ୱନ୍ଦ୍ୱ ମୁଖ୍ୟତଃ ବିଶ୍ୱାସର ପ୍ରସଙ୍ଗ। ରାଜନୈତିକ ଦଳଗୁଡ଼ିକୁ ନିଜକୁ ସକ୍ରିୟ କରିବାକୁ କୋର୍ଟ କହିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି କରି କହିଛନ୍ତି, ଆଧାରକୁ ଯାଞ୍ଚ ଉଦେଶ୍ୟରେ ଏକ ଡକ୍ୟୁମେଣ୍ଟ ଭାବରେ ନିଆଯିବ। ଏହା କେବଳ ଏକ ପ୍ରମାର ପତ୍ର ଅନୁସାରେ ହେବ। କୋର୍ଟ ଆଧାରର ସ୍ଥିତିକୁ କୌଣସି ବଡ ଖଣ୍ଡପୀଠର ରାୟ କିମ୍ବା ଆଧାର ଅଧିନିୟମର ଧାରା ୯ ବାହାରେ ଯାଇପାରିବେ ନାହିଁ। 

ଆଇନଜୀବି ପ୍ରଶାନ୍ତ ଭୂଷଣକହିଛନ୍ତି ଯେ ପୂର୍ବରୁ ଆଧାରକୁ ଗ୍ରହଣ କରାଯାଉନଥିଲା, କିନ୍ତୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ୧୧ଟି ତାଲିକାଭୁକ୍ତ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ ଭାବରେ ଗ୍ରହଣ କରିବାକୁ ଜୋର ଦିଆଯାଉଛି। ନିର୍ବାଚନ କମିଶନ କୋର୍ଟଙ୍କୁ କହିଛନ୍ତି ଯେ ୭.୨୪ କୋଟି ଭୋଟରଙ୍କ ମଧ୍ୟରୁ ୯୯.୫% ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି, କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ କଥା ଯେ ଅଧିକାଂଶ ରାଜନୈତିକ ଦଳ ଏବଂ ଭୋଟରଙ୍କ ନାମ ଯୋଡିବା ପାଇଁ ନୁହେଁ ବରଂ ବାଦ୍ ଦେବା ପାଇଁ ଆବେଦନ କରୁଛନ୍ତି।ରାଜ୍ୟରେ ଭୋଟର ତାଲିକାରୁ ନାମ ବାଦ ଦେବା ପାଇଁ ୨ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି ଏବଂ ତାଲିକାରେ ନାମ ଯୋଡିବା ପାଇଁ ୩୩ ହଜାରରୁ ଅଧିକ ଲୋକ ଆବେଦନ କରିଛନ୍ତି। ଦୁଇ ଲକ୍ଷରୁ ଅଧିକ ଲୋକ ଭୋଟର ତାଲିକାରେ ଭୁଲ ଭାବରେ ସାମିଲ ହୋଇଥିବା ଦାବି କରି ସେମାନଙ୍କ ନାମ ବାଦ ଦେବା ପାଇଁ ଦାବି କରିଛନ୍ତି। ଭୋଟର ତାଲିକା SIR ପରେ ଅଗଷ୍ଟ ୧ ରେ ବିହାରରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହୋଇଥିଲା। ସାଧାରଣ ଲୋକ ଏବଂ ରାଜନୈତିକ ଦଳଗୁଡ଼ିକୁ ଦାବି ଏବଂ ଆପତ୍ତି ପାଇଁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।