ନୂଆଦିଲ୍ଲୀ,୨୫।୧: ଆଜିର ଡିଜିଟାଲ୍ ଯୁଗରେ, ଆଧାର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ପାଲଟିଛି। ତଥାପି, ଯେତେବେଳେ ମୋବାଇଲ୍ ନମ୍ବର ପରିବର୍ତ୍ତନ କିମ୍ବା ଅପଡେଟ୍ କରିବାର କଥା ଆସେ, ସେତେବେଳେ ଏହି ପ୍ରକ୍ରିୟା ଅଧିକାଂଶ ଲୋକଙ୍କ ପାଇଁ ବହୁତ କଷ୍ଟକର ପ୍ରମାଣିତ ହୁଏ। ଲମ୍ବା ଧାଡ଼ି, ବାରମ୍ବାର ଫର୍ମ ପୂରଣ କରିବା, ଡକ୍ୟୁମେଣ୍ଟ ଦାଖଲ କରିବା ଏବଂ ବହୁ ଦିନ ଧରି ଅନୁମୋଦନ ପାଇଁ ଅପେକ୍ଷା କରିବା ଅନେକଙ୍କ ପାଇଁ ହତାଶର କାରଣ ହୋଇଛି। କିନ୍ତୁ ଏବେ, ଏସବୁ ଅତୀତର କଥା ହେବାକୁ ଯାଉଛି।

ଏବେ ଆପଣଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତିଜନକ ଖବର ରହିଛି। ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଆଧାରରେ ମୋବାଇଲ ନମ୍ବର ଅପଡେଟ୍ କରିବାର ପ୍ରକିୟାକୁ ଖୁବ୍ ସହଜ କରିବା, ଦ୍ରୁତ ଏବଂ ପେପରଲେସ୍ କରିଦେଇଛି। ଏହି ନୂଆ ସୁବିଧା ଅନୁସାରେ, ଆପଣଙ୍କୁ ନା କୌଣସି ଫର୍ମ ପୂରଣ କରିବାର ଅଛି, ନା କୌଣସି ପରିଚୟ ପତ୍ର ଦେବାର ଅଛି। ଫଟୋ କିମ୍ବା ଡକ୍ୟୁମେଣ୍ଟର ବି ଦରକାର ପଡିବନି। ବାସ୍ ଗୋଟିଏ ବାୟୋମେଟ୍ରିକ୍ ଫିଙ୍ଗରପ୍ରିଣ୍ଟରୁ ଆପଣଙ୍କ ନୂଆ ମୋବାଇଲ ନମ୍ବର ଆଧାରରୁ ତୁରନ୍ତ ଅପଡେଟ୍ ହୋଇଯିବ।

ଆଇପିପିବି ଏହି ସୁବିଧା କେବଳ ସହର ପର୍ଯ୍ୟନ୍ତ ସୀମିତ ରଖିନାହିଁ, ବଂର ଗ୍ରାମୀଣ ଅଞ୍ଚଳ ପର୍ଯ୍ୟନ୍ତ ପହଁଞ୍ଚି ପାରେ। ଅର୍ଥାତ ଆପଣ ଗାଁରେ ରୁହନ୍ତି କିମ୍ବା ସହରରେ ଆଧାର ମୋବାଇଲ ନମ୍ବର ଅପେଡଟ୍ କରିବା ଏବେ କିଛି ମିନିଟ୍ର କାମ। ଏହି ପ୍ରୋସେସର ସବୁଠାରୁ ବଡ଼ ବିଶେଷ୍ବତ ଏହା ଯେ,୧୦୦% ପେପରଲେସ୍ । ଆପଣଙ୍କୁ ନା କୌଣସି ଫର୍ମ ପୂରଣ କରିବାକୁ ପଡିବ ନା ଡକ୍ୟୁମେଣ୍ଟ ଜମା କରିବାକୁ ପଡିବ।

ଷ୍ଟେପ୍-୧:ନିଜର ନିକଟସ୍ଥ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଶାଖା କିମ୍ବା ପୋଷ୍ଟ ଅଫିସ ଯାଆନ୍ତୁ। ଗ୍ରାମୀଣ ଅଞ୍ଚଳରେ ଗ୍ରାମୀଣ ଡାକ ସେବକ ମଧ୍ୟ ଆପଣଙ୍କ ଘରକୁ ଆସି ଏହି ପକ୍ରିୟା ପୁରା କରିପାରିବ।

ଷ୍ଟେପ୍-୨: ଆପଣଙ୍କୁ କେବଳ ନିଜର ଆଧାର ନମ୍ବର ଓ ନୂଆ ମୋବାଇଲ ନମ୍ବର କହିବାକୁ ହେବ। ନିଜର ପରିଚୟ ଫିଙ୍ଗର ବାୟୋମେଟ୍ରିକ୍ ଜରିଆରେ କରାଯିବ। ଏହି ପୁରା ପକ୍ରିୟା କେଓ୍ବାଇସି ପ୍ରୋସେସ୍ ହେବ। ଏଥିପାଇଁ ଫର୍ମ, ଡକ୍ୟୁମେଣ୍ଟ କିମ୍ବା  ଫଟୋ ଦରକାର ପଡିବନି।

ଷ୍ଟେପ୍-୩: ବାୟୋମେଟ୍ରିକ୍ସ ମେଳ ଖାଇସାରିବା ପରେ, ଆପଣଙ୍କର ନୂତନ ମୋବାଇଲ୍ ନମ୍ବର ତୁରନ୍ତ ଆଧାରରେ ଅପଡେଟ୍ ହୋଇଯାଏ। ଅପଡେଟ୍ ଶେଷ ହେବା ପରେ ଆପଣଙ୍କ ମୋବାଇଲକୁ ଏକ କନଫରମେସନ୍ ଏସଏମଏସ୍ ମଧ୍ୟ ପଠାଯାଏ।  ଆଇପିପିବି  ଦ୍ୱାରା ନିର୍ଦ୍ଧାରିତ ଏକ ନାମମାତ୍ର ଶୁଳ୍କରେ ଏହି ସେବା ଉପଲବ୍ଧ। ଏଥିରେ କୌଣସି ଅତିରିକ୍ତ କିମ୍ବା ହିଡେନ ଚାର୍ଜ ନାହିଁ।

ଏହି ନୂତନ ସେବା ସେମାନଙ୍କ ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହେଉଛି ଯେଉଁମାନଙ୍କର ପୁରୁଣା ମୋବାଇଲ୍ ନମ୍ବର ନିଷ୍କ୍ରିୟ ହୋଇଯାଇଛି ଓଟିପି ଆସିନଥାଏ, ଯାହା ବ୍ୟାଙ୍କିଙ୍ଗ, ଡିବିଟି, ସିମ୍ ଯାଞ୍ଚ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି କରେ। ଆଇପିପିବିର ତୁରନ୍ତ ମୋବାଇଲ୍ ଅପଡେଟ୍ ସୁବିଧା ଏପରି ସମସ୍ତ ଉପଭୋକ୍ତାଙ୍କ ପାଇଁ ଏକ ବରଦାନଠାରୁ କମ୍ ନୁହେଁ।

ଆହୁରି ପଢନ୍ତୁ :କାନାଡାର ବର୍ନାବିରେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା, ଗ୍ୟାଙ୍ଗ ୱାର ସନ୍ଦେହ