ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଯୌନ ଶୋଷଣ ମାମଲା: ପ୍ରଜ୍ବଳ ରେବାନ୍ନାଙ୍କ ଜାମିନ୍‌ ଆବେଦନ ଖାରଜ

Published By : Tapas Panda | October 21, 2024 4:43 PM

Image Courtesy: oneindia

ନୂଆଦିଲ୍ଲୀ: କର୍ଣ୍ଣାଟକ ହାଇକୋର୍ଟ ଜେଡିଏସ୍‌ରୁ ନିଲମ୍ବିତ ନେତା ପ୍ରଜ୍ବଳ ରେବାନ୍ନାଙ୍କୁ ଝଟକା ଦେଇଛନ୍ତି । ଯୌନ ଶୋଷଣ ମାମଲାରେ କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଧାରା ୩୭୦ ଅନୁସାରେ ପ୍ରଜ୍ବଳଙ୍କ ବିରୋଧରେ କୌଣସି ମାମଲା ହୋଇପାରିବ ନାହିଁ ବୋଲି ତାଙ୍କ ଓକିଲ ପ୍ରଭୁଲିଙ୍ଗ ନବଦଗୀ କୋର୍ଟରେ ତର୍କ ରଖିଥିଲେ । ସେ ଆହୁରି କହିଥିଲେ, ୪ ବର୍ଷ ପରେ ଅଭିଯୋଗ ଆଣିଥିବା ମହିଳାଙ୍କ ସ୍ପଷ୍ଟୀକରଣରେ ସ୍ପଷ୍ଟତା ନାହିଁ । ସେପଟେ ପ୍ରତିପକ୍ଷ ଓକିଲ ରେବାନ୍ନାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲେ । 

ପ୍ରଜ୍ବଳ ରେବାନ୍ନା ତଦନ୍ତରେ ସହଯୋଗ କରୁନାହାନ୍ତି ଏବଂ ଯାଞ୍ଚ ପାଇଁ ନିଜ ଫୋନ୍‌ ଦେଉନାହାନ୍ତି ବୋଲି କହିଥିଲେ ଓକିଲ ରବିବର୍ମା କୁମାର ।  ୨୪ ଅଗଷ୍ଟ ୨୦୨୪ରେ ଏସଆଇଟି ପ୍ରଜ୍ବଳ ରେବାନ୍ନାଙ୍କ ବିରୋଧରେ ଯୌନ ଶୋଷଣ ସଂପର୍କିତ ୪ଟା ମାମଲା ମଧ୍ୟରୁ ଗୋଟିଏରେ ଚାର୍ଜସିଟ୍‌ ଦାଖଲ କରିଥିଲା । ୨୧୪୪ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ରେବାନ୍ନାଙ୍କ ଘରେ ସହାୟିକା ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କ ଯୌନ ଶୋଷଣ ମାମଲାରେ ପ୍ରଜ୍ବଳଙ୍କ ସଂପୃକ୍ତି ନେଇ ଦର୍ଶାଇଥିଲା ଏସଆଇଟି ।  

ସୂଚନାଯୋଗ୍ୟ, ପ୍ରଜ୍ବଳ ରେବାନ୍ନା କର୍ଣ୍ଣାଟକର ବଡ଼ ରାଜନୈତିକ ପରିବାରର ଜଣେ ସଦସ୍ୟ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି । ତାଙ୍କ ପିତା ଏଚଡି ରେବାନ୍ନା ବରିଷ୍ଠ ନେତା ଏବଂ ରାଜ୍ୟର ପୂର୍ବତନ ମନ୍ତ୍ରୀ । ପ୍ରଜ୍ବଳ ରେବାନ୍ନା ୨୦୧୯ରେ ହାସନ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲା ।  ୨୦୨୪ ନିର୍ବାଚନରେ ସେ ଏନଡିଏର ପ୍ରାର୍ଥୀ ଭାବରେ ହାସନ ଆସନରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ସେଠାରୁ ପରାସ୍ତ ହୋଇଥିଲେ । 

ନିର୍ବାଚନ ପରେ ତାଙ୍କ ବିରୋଧରେ ଯୌନ ଶୋଷଣ ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ସେ ଦେଶ ଛାଡ଼ି ମଧ୍ୟ ପଳାଇଥିଲେ । ଦେଶକୁ ଫେରିବା ପରେ ତାଙ୍କୁ ଏୟାରପୋର୍ଟରୁ ପୋଲିସ ଗିରଫ କରିଥିଲା । ଆଉ ଏବେ ବି ପ୍ରଜ୍ବଳ ରେବାନ୍ନା ଜେଲ୍‌ରେ ଥିବା ବେଳେ ଆଜି ତାଙ୍କର ଜାମିନ ଆବେଦନ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.