ମୁମ୍ୱାଇ – ବଲିଉଡ ଫିଲ୍ମ ପାଇଁ ଗୋଟେ ସମୟ ଥିଲା ଯେବେ ୧୦୦ କୋଟିର ଆୟ ଏକ ବେଞ୍ଚମାର୍କ ମନେକରାଯାଉ ଥିଲା। ସମୟ ବଦଳିଛି ଏବଂ ଆଜିକା ସମୟରେ କିଛି ଫିଲ୍ମର ଖର୍ଚ୍ଚ୧୦୦ କୋଟି ଟଙ୍କା ହୋଇ ଥାଏ। ପୁଣି ସୁପରଷ୍ଟାରମାନେ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କାର ଫିସ୍ ଚାର୍ଜ କରିବା ଆରମ୍ଭ କରି ଦେଇଛନ୍ତି ଏବଂ ଆଜିର ସମୟରେ ଟିଭି ଶୋ’ରେ ଏତେ ଟଙ୍କା କିଛି ଏପିସୋଡରେ ଖର୍ଚ୍ଚ କରି ଦିଆ ଯାଏ। ସଲମାନ ଖାନଙ୍କୁ ବିଗ୍‌ ବସ୍‌ର ଏହି ସିଜନ ହୋଷ୍ଟ କରିବା ପାଇଁ କେବଳ ୬ ସପ୍ତାହରେ ଏତିକି ପରିମାଣର ଫିସ୍‌ ପେମେଣ୍ଟ କରାଯିବ । କହି ରଖୁଛୁ କି, ବିଗ୍‌ବସ୍‌ -୧୮ର ଆରମ୍ଭ ଆଜି (ରବିବାର)ରାତି ୯ଟାରୁ ଓଟିଟି ପ୍ଲାଟଫର୍ମ ଜିୟୋ ସିନେମା ଓ କଲର୍ସ ଟିଭିରେ ହେବାକୁ ଯାଉଛି। 

ବିଗ୍‌ ବସ୍‌ -୧୮ରେ କେଉଁ କେଉଁ ପ୍ରତିଯୋଗୀ ନଜର ଆସିବେ ଏହାକୁ ନେଇ ଲଗାତାର ଆଲୋଚନା ଚାଲିଛି। ବିଗ୍‌ ବସ୍‌-୧୮ ପାଇଁ କିଛି ପ୍ରତିଯୋଗୀଙ୍କର ନାଁ ଖୁଲାସା କରାଯାଇ ସାରିଛି। କିନ୍ତୁ ଅଫିସିଆଲି ଭାବେ ସେମାନଙ୍କର ଘୋଷଣା ପ୍ରିମିୟର ଏପିସୋଡରେ ହିଁ ହେବ। ପ୍ରତିଯୋଗୀଙ୍କ ନାଁ ବ୍ୟତୀତ ଏହି ସିଜନରେ ଯେଉଁ କଥାର ସବୁଠୁ ଅଧିକ ଚର୍ଚ୍ଚା , ତାହା ହେଉଛି ସଲମାନ ଖାନଙ୍କ ଫିସ୍‌। ଏକ ରିପୋର୍ଟ ମୁତାବିକ, ସଲମାନ ଖାନ ମାସେ ପାଇଁ ୬୦ କୋଟି ଟଙ୍କା ଫିସ୍‌ ଚାର୍ଜ କରୁଛନ୍ତି। ବିଗ୍‌ବସ୍‌ ଓଟିଟିରେ ସଲମାନଙ୍କ ଉପସ୍ଥିତିରେ ଶୋ’ର ଟିଆରପିରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି।

 କହି ରଖୁଛୁ କି, ବିଗ୍‌ ବସ ଓଟିଟି ସିଜନ ୩ର ହୋଷ୍ଟିଂ ସଲମାନ ଖାନଙ୍କ ପରିବର୍ତ୍ତେ ଅନିଲ କପୁର କରିଥିଲେ। ନିଜର ଏକ ରିପୋର୍ଟରେ ଏଚଟି ( ହିନ୍ଦୁସ୍ତାନ ଟାଇମ୍ସ) କହିଛି ଯେ , ଗତ ସିଜନ ତୁଳନାରେ ସଲମାନ ଖାନ ଏହି ସିଜନରେ ଫିସ୍ ଆହୁରି ବଢାଇ ଦେଇଛନ୍ତି। ଫାଇନାଲ ଫିଗର ଏକ ମାସ ପାଇଁ ୬୦ କୋଟି ଟଙ୍କା ପାଖାପାଖି ରହିଛି। ସୂତ୍ରାନୁସାରେ , ଯଦି ଏହି ସିଜନ ୧୫ ସପ୍ତାହ ଚାଲେ ତ ମେକର୍ସଙ୍କୁ ଏଥିପାଇଁ ସଲମାନ ଖାନଙ୍କୁ ପାଖାପାଖି ୨୫୦କୋଟି ଟଙ୍କା ଫିସ୍ ଦେବାକୁ ହେବ। 

କହି ରଖୁଛୁ କି ସଲମାନ ଖାନ ପାଖାପାଖି ୧୫ ବର୍ଷ ଧରି ଟିଭିର ସବୁଠୁ ବଡ଼ ରିଆଲିଟି ଶୋ‘କୁ ହୋଷ୍ଟ କରୁଛନ୍ତି। ତାଙ୍କର ହୋଷ୍ଟିଂ ଦର୍ଶକଙ୍କୁ ଏମିତି ଅଭ୍ୟାସରେ ପକାଇ ଦେଇଛି ଯେ, ଏବେ ତାଙ୍କୁ ରିପ୍ଲେସ୍‌ କରିବା ମୁସ୍କିଲ ହୋଇଛି।

ହେଲେ ସଲମାନ ଖାନଙ୍କ ବ୍ୟତୀତ ଆହୁରି ଷ୍ଟାର ଅଛନ୍ତି , ଯେଉଁମାନେ ବିଗ୍‌ ବସ୍‌ ହୋଷ୍ଟ କରିଛନ୍ତି। ଭାରତରେ ଯେବେ ଏହି ଶୋ’  ଆରମ୍ଭ ହେଲା , ସେବେ ଠାରୁ ନେଇ ଏବେସୁଦ୍ଧା ଅନେକ ଅଲଗା ଅଲଗା ଷ୍ଟାରମାନେ ଏହି ଶୋ’ ହୋଷ୍ଟିଂର ଦାୟିତ୍ୱ ସମ୍ଭାଳିଛନ୍ତି। ଅରଶଦ ୱାରସି , ଅମିତାଭ ବଚ୍ଚନ ଓ ସଞ୍ଜୟ ଦତ୍ତ ମଧ୍ୟ ଶୋ'ର ହୋଷ୍ଟିଂରେ ଥିଲେ।