ପ୍ରମୂଖ ଖବର
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ନିର୍ବାଚନ ପୂର୍ବରୁ ଆରଜେଡିର ବଡ଼ ଘୋଷଣା, କୌଣସି ଅପରାଧୀଙ୍କୁ ମିଳିବନି ଟିକେଟ୍‌

Published By : Tapas Panda | January 23, 2025 11:26 PM

Image Courtesy: prabhatkhabar

ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଡା ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ନିଷ୍ପତ୍ତି ନେଇଛି ଯେ, ଅପରାଧୀଙ୍କୁ ଟିକେଟ୍‌ ଦିଆଯିବ ନାହିଁ । ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶକ୍ତି ସିଂହ ଯାଦବ ଏହା କହିଛନ୍ତି । ତେଜସ୍ବୀ ରାଜରେ  ଅପରାଧୀଙ୍କ କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଏହା ସହ ମୋକାମାରେ ହୋଇଥିବା ଗୁଳି କାଣ୍ଡ ମାମଲାକୁ ନେଇ ଶକ୍ତି ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏ ସଂପର୍କରେ ଜଣାନଥିବ । 

ପାଟନାରେ ଏକେ-୪୭ର ତାଣ୍ଡବ ଚାଲିଛି । ଥାନାରୁ କିଛି ଦୂରରେ ଗୁଳି ମାଡ଼ ହେଉଛି, ଦୋଷୀ କହୁଛି ଏଫଆଇଆରକୁ ଖାତିର ନାହିଁ । ଜଣେ ଲୋକ ପୂରା ସରକାରୁ ଚ୍ୟାଲେଞ୍ଜ କରୁଛି । ଶାସକ ଦଳର ସାହାରାରେ ଥିବା ଅପରାଧୀ ନିଡର ହୋଇ ବୁଲୁଛି ବୋଲି ସେ ଅଭିଯୋଗ କରିଛନ୍ତି ।  ଶକ୍ତି ସିଂହ କହିଛନ୍ତି, ବିହାରରେ ଅପରାଧ ବଢ଼ିବାରେ ଲାଗିଛି । ପ୍ରତିଦିନ ଶାସକ ଦଳର ଛତ୍ରଛାୟା ତଳେ ଥିବା ଅପରାଧୀ ଅପରାଧ ଘଟାଉଛନ୍ତି । ଯେଉଁମାନେ ୨୦୦୫ ପୂର୍ବରୁ ନିଜକୁ ବାହୁବଳୀ କହୁଥିଲେ ସେମାନେ ସବୁ ଜେଡିୟୁରେ ସାମିଲ ହୋଇଗଲେଣି । ସବୁ ଅପରାଧୀଙ୍କୁ ଜେଡ୍‌ ସୁରକ୍ଷା ଦିଆଯାଉଛି । 

ଆରଜେଡି ନେତା ଆହୁରି କହିଛନ୍ତି ଯେ, ଏଭଳି ଅପରାଧୀଙ୍କୁ ସୁପ୍ରିମ ବସ୍‌ଙ୍କ ସୁରକ୍ଷା ମିଳୁଛି  । ସୁପ୍ରିମ ବସ୍‌ ଦିଲ୍ଲୀରେ ବସି ମାମଲାର ରଫାଦଫା କରୁଛନ୍ତି । ଏମିତିରେ ଅପରାଧ କାହିଁକି ହେବନି ବୋଲି ସେ ପ୍ରଶ୍ନ କରିଛନ୍ତି । ଆରଜେଡି ସାଂସଦ ସଂଜୟ ଯାଦବଙ୍କୁ ଧମକ ମିଳୁଛି । ଡିଜିପିଙ୍କ ସମେତ ବହୁ ଅଧିକାରୀଙ୍କୁ ପତ୍ର ଲେଖି ଅଭିଯୋଗ କଲୁ କିନ୍ତୁ କିଛି ଲାଭ ହେଲା ନାହିଁ । ଅପରାଧୀଙ୍କୁ ବଞ୍ଚାଇବା ଲାଗି ନିୟମର ପରିବର୍ତ୍ତନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଆରଜେଡି ନେତା ଶକ୍ତି ସିଂହ ଯାଦବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.