ନୂଆଦିଲ୍ଲୀ,୧୨।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହୋଇସାରିଛି। ଦୁଇଟି ପର୍ଯ୍ୟାୟରେ ଭୋଟର କରିଛନ୍ତି ଜୋରଦାର ଭୋଟିଂ ହୋଇଛି।ଏଭଳି ସ୍ଥିତିରେ ବୁଧବାର ‘ଆକ୍ସିସ୍ ମାଇଁ ଇଣ୍ଡିଆ’ ର ଏକଜିଟ୍ ପୋଲ୍ ଆସିଛି। ଏଥିରେ ଏନଡିଏ ଜିତିବ ବୋଲି କୁହାଯାଉଛି। ତେବେ ବିହାରରେ ସବୁଠାରୁ ବଡ଼ ପାର୍ଟି ରହିବ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି। 

ସର୍ଭେରେ ଆରଜେଡିକୁ ୬୭-୭୧ ଆସନ ମିଳିବାର ସମ୍ଭାବନା ରହିଛି। ନୀତୀଶଙ୍କ ଜନତା ଦଳ ୟୁନାଇଟେଡ୍ ବା ଜେଡିୟୁକୁ ୫୬-୬୨ ଆସନ ମିଳିବ। ସେଭଳି  ବିଜେପିକୁ ୫୦ ରୁ ୫୬ ଆସନ ମିଳିପାରେ। ଫଳରେ ଏଥର ନିର୍ବାଚନରେ ବିଜେପି ଉପରେ ଜେଡିୟୁ ଭାରି ପଡିଛି। ସେଭଳି କଂଗ୍ରେସକୁ  ୧୭ ରୁ ୨୧,ଲୋକ ଜନ ଶକ୍ତି ପାର୍ଟି(ରାମ ବିଳାସ)କୁ ୧୧ ରୁ ୧୬ ଆସନ, HAM କୁ ୨ ରୁ ୩ଟି ଆସନ ଏବଂ ଆରଏଲଏମ୍‌କୁ ୨-୪ ଓ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜକୁ ୦-୨ ଟି ଆସନ ମିଳିବାର ସମ୍ଭାବନା ରହିଛି। 

ଲୋକଙ୍କୁ ପଚରା ଯାଇଥିଲା ବିବାରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ? ଏହି ସର୍ଭେ ବିହାରର ୨୪୩ଟି ବିଧାନସଭା ଆସନ ଓ ୨୧୫୪ ଗାଁ ଓ ସହରରେ କରାଯାଇଥିଲା। ଯେଉଁଥିରେ ୪୨,୦୩୧ ଲୋକ ଭାଗ ନେଇଥିଲେ। ଏହି ସମୟରେ ଯେତେବେଳେ ଭୋଟରଙ୍କୁ ପଚରା ଯାଇଥିଲା ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ଏହା ଉପରେ ୨୨% ଲୋକେ ନୀତୀଶ କୁମାରଙ୍କ ନାଁ ନେଇଥିଲେ। ସେଭଳି ୩୪ ପ୍ରତିଶତ ଲୋକେ ତେଜସ୍ବୀ ଯାଦବଙ୍କ ସମର୍ଥନ କରିଥିଲେ। ଉଲ୍ଳେଖନୀୟ ଯେ, ‘ଆକ୍ସିସ୍ ମାଇଁ ଇଣ୍ଡି’ ଏକଜିଟ୍ ପୋଲ୍‌ରେ ଏନ୍‌ଡିଏକୁ ୪୩ ପ୍ରତିଶତ ଭୋଟ, ମହାମେଣ୍ଟକୁ ୪୧%, ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟିକୁ ୪% ଏବଂ ଅନ୍ୟଙ୍କୁ ୧୨% ଭୋଟ ମିଳିବାର ସମ୍ଭାବନା ରହିଛି। ନିର୍ବାଚନ ବେଳେ ଜନତାଙ୍କ ମୁଡ୍ ଜାଣିବା ପାଇଁ ଦୁଇ ପ୍ରକାର ସର୍ଭେ କରାଯାଇଥାଏ।ଭୋଟିଂ ପୂର୍ବ ସର୍ଭେକୁ ‘ଓପନିୟନ ପୋଲ୍’ କୁହାଯାଏ। ଭୋଟିଂ ବେଳେ ହୋଇଥିବା ସର୍ଭେକୁ ‘ଏକଜିଟ୍ ପୋଲ୍’ କୁହାଯାଏ।