ନୂଆଦିଲ୍ଲୀ,୨୦/୧୦: କ୍ରମାଗତ ତୃତୀୟ ମାସ ପାଇଁ  ସେପ୍ଟେମ୍ବରରେ ବିହାରରେ ସବୁଠାରୁ ଅଧିକ ଦରବୃଦ୍ଧି ଦେଖିବାକୁ ମିଳିଛି । ରାଜ୍ୟରେ ଏହି ସମୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୫% ରହିଥିଲା, ଯାହାକି  ୫.୫%ର ଜାତୀୟ ହାରାହାରିଠାରୁ ଅନେକ ମାତ୍ରାରେ ଅଧିକ । ବିହାର  ପରେ ରହିଛି ଛତିଶଗଡ । ଏଠାରେ  ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବରରେ  ୭.୪% ରହିଛି । ତୃତୀୟ ସ୍ଥାନରେ  ଉତ୍ତର ପ୍ରଦେଶ ଥିବାବେଳେ ଚତୁର୍ଥ ସ୍ଥାନରେ ଓଡ଼ିଶା ଏବଂ ପଞ୍ଚମ  ସ୍ଥାନରେ ହରିୟାଣା ରହିଛି । ୩ଟି  ଯାକ ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫୀତି  ହାର ଯଥାକ୍ରାମେ ୬.୭%, ୬.୬%  ଏବଂ ୬.୨% ରହିଛି । 

ନୂଆ  ରିପୋର୍ଟ ଅନୁସାରେ, ଚଳିତବର୍ଷ  ସେପ୍ଟେମ୍ବରରେ ଦେଶର ଖୁଚୁରା  ମୁଦ୍ରାସ୍ଫୀତି ୫.୫% ରହିଛି,  ଯାହାକି ୯ ମାସର ସର୍ବୋଚ୍ଚ ସ୍ତର । ଖାଦ୍ୟପେୟ ସାମଗ୍ରୀ ବିଶେଷ କରି  ପନିପରିବା, ଖାଇବା ତେଲ ଏବଂ  ଡାଲି ଦରରେ ବୃଦ୍ଧି ଯୋଗୁ ଖୁଚୁରା  ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ।