ନୂଆଦିଲ୍ଲୀ,୧୭/୧୨: ବିହାରର ବହୁଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ସଞ୍ଜୀବ ହଂସଙ୍କ ବଢି଼ବାରେ ଲାଗିଛି ଅଡ଼ୁଆ । ଇଡି ପକ୍ଷରୁ ସଞ୍ଜୀବ ହଂସଙ୍କ ୩ଟି ସ୍ଥାନରେ ଥିବା ତାଙ୍କ ଜମି ଓ କୋଠା ଜବତ କରିଛି । ଯାହାର ପାଖାପାଖି ଆନୁମାନିକ ମୂଲ୍ୟ ୨୩ କୋଟି ୭୨ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ତେବେ ସଞ୍ଜୀବଙ୍କ ୩ଟି ପ୍ଲଟ, ଦିଲ୍ଲୀରେ ଏକ ଫ୍ଲାଟ୍, ଜୟପୁରରେ ୩ଟି ଫ୍ଲାଟ୍ ଜବତ କରିଛି ଇଡି ।
ସଞ୍ଜୀବ ନିଜେ ଏହି ସବୁ ସମ୍ପତ୍ତିର ମାଲିକ ହୋଇ ନ ଥିବା ବେଳେ ନିଜ ସମ୍ପର୍କୀୟଙ୍କ ନାମରେ ଏହି ସବୁ ସମ୍ପତ୍ତିକୁ ସେ ରେଜିଷ୍ଟର କରାଇଥିଲେ। ସେହିପରି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୩ ତାରିଖ ଦିନ ଇଡି ପକ୍ଷରୁ ଦିଲ୍ଲୀ, ଗୁରଗ୍ରାମ, କୋଲକତା, ଜୟପୁର, ନାଗପୁରରେ ଚଢ଼ାଉ କରାଯାଇଥିଲା। ଗତ ୬ ତାରିଖରେ ଇଡି ପକ୍ଷରୁ ସଞ୍ଜୀବଙ୍କ ପତ୍ନୀ ମୋନା ହଂସ ପଚରାଉଚରା କରାଯାଇଥିଲା। ଏହାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ଇଡି ସଞ୍ଜୀବ ହଂସଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ବିପୁଳ ସମ୍ପତ୍ତିକୁ ଚିହ୍ନଟ କରିଛି। ଏହି ମାମଲାରେ ଏଯାବତ ୮୦ ଲକ୍ଷ ଟଙ୍କାର ଅଳଙ୍କାର ଜବତ ହୋଇଥିବା ବେଳେ ସଞ୍ଜୀବଙ୍କ ଦିଲ୍ଲୀ ଓ ଘରୁ ୬୫ ଲକ୍ଷ ଟଙ୍କାର କ୍ୟାସ୍ ଜବତ ହୋଇଛି । ସେହିପରି ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସଞ୍ଜୀବ ହଂସ ଓ ତାଙ୍କ ବିଜନେସ ପାର୍ଟନର ଗୁଲାବ ଯାଦବଙ୍କ ଘରେ ଇଡି ଚଢାଉ କରିଥିଲା । ପରେ ସଞ୍ଜୀବଙ୍କ ସହିତ ପ୍ରବୀଣ ଚୌଧୁରୀ ଓ ପୁଷ୍ପରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଏମାନେ ସମସ୍ତେ ପାଟନା ବି୍ୟୁରୋ ଜେଲରେ ଥିବା ଜଣାପଡ଼ିଛି।