ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୫ ଫୁଟ ଜାଗାରେ ୬ ମହଲା କୋଠା, ଖର୍ଚ୍ଚ ହୋଇଛି ୯୦ ଲକ୍ଷ ଟଙ୍କା

Published By : Anindita Ratha | October 25, 2024 2:20 PM

ନୂଆଦିଲ୍ଲୀ,୨୫/୧୦: ଇଣ୍ଟରନେଟରେ ଏଭଳି ଅନେକ ଘର ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ବିହାରର ସେହିଭଳି ଏକ ଘର ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବିହାର ସ୍ଥିତ ସହରସା ବାସିନ୍ଦା ଅମିତ ଯାଦବ ଏଭଳି ଏକ କୋଠା ନିର୍ମାଣ କରିଛନ୍ତି ।ତେବେ କଠିନ ପରିଶ୍ରମ ଓ ନିଆରା ପାସନ୍‌ ପାଇଁ ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ମାତ୍ର ୫ ଫୁଟ ଚଉଡ଼ା ଓ ୮୦ ଫୁଟ ଲମ୍ବା ଜାଗାରେ ଅମିତ ଏକ ୬ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିଛନ୍ତି । ଯାହା ଏବେ ମୁଖ୍ୟ ଆକର୍ଷଣ ହୋଇଛି । 

ତେବେ ଅମିତ ବ୍ୟବସାୟ ଉଦ୍ଦେଶ୍ୟରେ ଏହି ଅଟ୍ଟାଳିକା ନିର୍ମାଣ କରିଛନ୍ତି । ଏଥିରେ ଏକ କପଡ଼ା ଶୋ’ରୁମ୍‌ ମଧ୍ୟ ଖୋଲିଛନ୍ତି । ବୈଜନାଥପୁର ସ୍ଥିତ ସାବେଲା ଗାଁରେ ଏହି ଅଟ୍ଟାଳିକା ରହିଛି । ନିଆରା ଢାଞ୍ଚା ଲାଗି ଲୋକେ ଏହାକୁ ଆଇଫିଲ ଟାୱାର ନାମରେ ସମ୍ବୋଧନ କରୁଛନ୍ତି । ଆଖପାଖ ଅଞ୍ଚଳର ଲୋକ ଅଟ୍ଟାଳିକାକୁ ଦେଖିବାକୁ ଆସୁଛନ୍ତି ଏବଂ ଏହା ସହ ସେଲ୍‌ଫି ନେଉଛନ୍ତି । ଅମିତଙ୍କ ଅଟ୍ଟାଳିକା ଏବେ ସେଲ୍‌ଫି ପଏଣ୍ଟ୍‌ ହୋଇଛି । ମାତ୍ର ୫ ଫୁଟ ଚଉଡ଼ା ଜାଗାରେ ଏଭଳି ଅଟ୍ଟାଳିକା କେମିତି ନିର୍ମାଣ ହେଲା, ଲୋକଙ୍କୁ ତାହା ଚକିତ କରୁଛି । ଅଟ୍ଟାଳିକା ନିର୍ମାଣ ଲାଗି ଅମିତ କୌଣସି ପେସାଦାର ଇଞ୍ଜିନିୟରଙ୍କ ସାହାଯ୍ୟ ନେଇନାହାନ୍ତି । ନିଜେ ଘରର ନକ୍‌ସା ପ୍ରସ୍ତୁତ କରି ସ୍ଥାନୀୟ ଶ୍ରମିକଙ୍କ ସାହାଯ୍ୟରେ ୬ ମହଲା ଘର ଠିଆ କରିଥିବା ସେ କହିଛନ୍ତି । ଏହି ନିଆରା ଅଟ୍ଟାଳିକା ନିର୍ମାଣରେ ତାଙ୍କର ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କରୋନା ମହାମାରୀ ସମୟରେ ସେ ଅଟ୍ଟାଳିକା ନିର୍ମାଣ ଆରମ୍ଭ କରିଥିଲେ, ଯାହା ଗୋଟିଏ ବର୍ଷରେ ଶେଷ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.