ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୩୮୩୧ କୋଟି ଟଙ୍କାର ବ୍ରିଜ୍ର ଉଦଘାଟନ କରିଥିଲେ ନୀତୀଶ କୁମାର, ମାତ୍ର ୩ ଦିନ ଗଲାନି ଦେଖାଗଲା ଫାଟ

Published By : Harapriya Biswal | April 14, 2025 4:37 PM

ପାଟନା,୧୪।୪:  ବିହାରର ରାଜଧାନୀ ପାଟନାରେ ତିନି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେପି ଗଙ୍ଗା ପଥ (ଜେପି ସେତୁ) ଉଦଘାଟନ କରିଥିଲେ। କିନ୍ତୁ ତିନି ଦିନ ମଧ୍ୟରେ ଏହି ସେତୁରେ ବଡ଼ ବଡ଼ ଫାଟ ଦେଖାଯାଉଛି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେତୁରେ ଥିବା ଫାଟ ସ୍ପଷ୍ଟ ଭାବରେ ଦେଖାଯାଉଛି।

ପାଟନାର ଜେପି ଗଙ୍ଗା ପଥ ୩୮୩୧କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମାତ୍ର ତିନି ଦିନ ପୂର୍ବରୁ ଏହାକୁ ଉଦଘାଟନ କରିଥିଲେ। ଦିଦାରଗଞ୍ଜ ନିକଟସ୍ଥ ସେତୁର ପିଲର ନମ୍ବର A-3 ନିକଟରେ ଏହି ଫାଟଗୁଡ଼ିକ ଦେଖିବାକୁ ମିଳିଛି ହେଉଛି। ସେତୁର ଉଭୟ ଲେନରେ ଏହି ଫାଟ ରହିଛି।

ଉଲ୍ଲେଖନୀୟ ଯେ, ଏପ୍ରିଲ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନାର କଙ୍ଗନ ଘାଟରୁ ଦିଦାରଗଞ୍ଜ ପର୍ଯ୍ୟନ୍ତ ନିର୍ମିତ ଏହି ଗଙ୍ଗା ପଥକୁ ଉଦଘାଟନ କରିଥିଲେ। ଏହି ଅବସରରେ, ବିହାରର ଉଭୟ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା, ରାସ୍ତା ନିର୍ମାଣ ମନ୍ତ୍ରୀ ନୀତିନ ନବୀନ, ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବ ଏବଂ ବହୁ ବରିଷ୍ଠ ଅଧିକାରୀ ଏବଂ ଜନପ୍ରତିନିଧି ମଞ୍ଚରେ ଉପସ୍ଥିତ ଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଯେତେବେଳେ ବ୍ରିଜ୍ ଉପରେ ବାହନ ଚଳାଚଳ ଆରମ୍ଭ ହୋଇଥିଲା ଏହି ମାର୍ଗରେ ବାହନର ଚାପ ପଡିବା ଆରମ୍ଭ ହୋଇଥିଲା। ଫଳରେ ସଡକରେ ଫାଟ ଆସିଥିଲା। ବିଶେଷଜ୍ଞ ଓ ସାଧାରଣ ଜନତାଙ୍କ ରାୟରେ ଏହି ଫାଟ ଏକ ସଙ୍କେତ ଯେ, କେଉଁଠି ନା କେଉଁଠି ନିର୍ମାଣର ଗୁଣବତ୍ତା ଭଲ ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.