ନୂଆଦିଲ୍ଲୀ,୨୩/୦୭: ମୌସୁମୀ ଅଧିବେଶନ ତୃତୀୟ ଦିନରେ ଅଚଳାବସ୍ଥା ଜାରି ରହିଛି । ବିହାରର 'ସାର୍'କୁ ନେଇ ଉଭୟ ଗୃହରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ହୋ-ହାଲ୍ଲାରେ କମ୍ପିଥିଲା ଉଭୟ ରାଜ୍ୟସଭା ଓ ଲୋକସଭା । ହାଉସ୍ ଚାଲି ନପାରିବାରୁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ପ୍ରଥମ ୧୨ଟା ପରେ ଅପରାହ୍ନ ୨ଟା ଯାଏ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ସଂସଦ ବାହାର କଂଗ୍ରେସ, ସପା ସମେତ ବିରୋଧୀ ଦଳ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ବା ଏସ୍ଆଇଆର୍ ବିରୋଧରେ ଶାସକକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ବିରୋଧୀ ଗୃହ ଚଲାଇ ଦେଉନାହାନ୍ତି ଲୋକତନ୍ତ୍ରକୁ ହଙ୍ଗାମା ତନ୍ତ୍ର କରିଛନ୍ତି ବୋଲି କହିଛି ଶାସକ ଦଳ ।
ସଂସଦର ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର)କୁ ନେଇ ବିରୋଧୀ ଦଳର ସଦସ୍ୟମାନେ ଉଭୟ ଗୃହ ଭିତରେ ଓ ବାହାରେ ପ୍ରବଳ ବିରୋଧ କରିଥିଲେ । ଏଥିସହିତ କିଛି ସାଂସଦ ପହଲଗାମ ଆକ୍ରମଣ ଓ ଅପରେସନ ସିନ୍ଦୂର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର ଦାବିରେ ହଟ୍ଟଗୋଳ କରିଥିଲେ । ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।
ପ୍ରଥମେ ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସମେତ ଅନ୍ୟ ନେତାମାନେ ସଂସଦ ବାହାରେ ବିହାରରେ ଚାଲିଥିବା ଏସ୍ଆଇଆର ବିରୋଧରେ ସ୍ଳୋଗାନ ଦେଇଥିଲେ । ସେହିଭଳି ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ଏସ୍ଆଇଆର ଉପରେ ଆଲୋଚନା ଦାବିରେ ହଟ୍ଟଗୋଳ କରିଥିଲେ ।
#WATCH | Delhi: On Election Commission flags 52 lakh missing voters in Bihar, Lok Sabha LoP and Congress MP Rahul Gandhi says, "It is not just about those 52 lakh people. They have done cheating in Maharashtra (Assembly elections). We asked the ECI to show the voter's list, but… pic.twitter.com/a8sqIx35rW
— ANI (@ANI) July 23, 2025
ବିହାର ଭୋଟର ତାଲିକାରୁ ୫୨ ଲକ୍ଷ ବାଦ୍ ପଡ଼ିବାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏହା କେବଳ ୫୨ ଲକ୍ଷ କଥା ନୁହେଁ ବିହାର କଥା ନୁହେଁ, ମହାରାଷ୍ଟ୍ରରରେ ଏମାନେ ଦୁର୍ନୀତି କରିଛନ୍ତି । ଆମେ ନିର୍ବାଚନ କମିଶନଙ୍କୁ ପଚାରିଥିଲୁ ଭୋଟର ଲିଷ୍ଟ, ଭିଭିଓଗ୍ରାଫି ଦେଖାଇବାକୁ କହିଥିଲୁ ହେଲେ ଦେଖାଇନଥିଲେ । ନିର୍ବାଚନକୁ ଏମାନେ ଚୋରି କରିଛନ୍ତି । ମହାରାଷ୍ଟ୍ରରେ ୧ କୋଟି ଭୋଟର୍ ସାମିଲ ହୋଇଛନ୍ତି । ଏମାନଙ୍କ ଗେମ୍ ଆମେ ବୁଝିସାରିଛୁ । ଏମାନେ ବିହାରରେ ସିଷ୍ଟମ ବଦଳାଇବାକୁ ଚାହୁଁଛନ୍ତି । ନୂଆ ଭୋଟର ଲିଷ୍ଟ ଆଣିବାକୁ ଚାହୁଁଛନ୍ତି । ହିନ୍ଦୁସ୍ଥାନରେ ଭୋଟ୍ ଚୋରି ହେଉଛି । ''
#WATCH | Union Minister Shivraj Singh Chouhan says," INDIA bloc has become 'hullad' bloc...Outside the Parliament, they say, there should be discussion, but they are running away from debate in the House. Yesterday, with folded hands, I had appealed to the Opposition to let… pic.twitter.com/lrLCQNr7qA
— ANI (@ANI) July 23, 2025
ବିରୋଧୀଙ୍କ ହଙ୍ଗାମାକୁ ନେଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି,'' ମୁଁ ବୁଝିପାରୁ ନାହିଁ କି ସରକାର ସବୁ ବିଷୟରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି । ବିରୋଧୀ ଗୃହ ଚଳାଇବାକୁ ତ ଦିଅନ୍ତୁ । ଏମାନେ ଏପରି ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । ସିଏକୁ ବି ନେଇ ଏମିତି କରିଥିଲେ ।''
ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଏମାନେ ଦାଦାଗିରି କରୁଛନ୍ତି । ଲୋକସଭାଙ୍କ ଅଧକ୍ଷ୍ୟଙ୍କ ଗିରମା କ୍ଷୂର୍ଣ୍ଣ କରୁଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି, ଇଣ୍ଡିଆ ମେଣ୍ଟ ଲୋକତନ୍ତ୍ରକୁ ହଙ୍ଗାମାତନ୍ତ୍ର କରିଛି । ବାହାରକୁ ଆସି ଚର୍ଚ୍ଚା କରିବାକୁ କହୁଛନ୍ତି ଭିତରେ ପ୍ରସଙ୍ଗରୁ ଦୂରରେ ରହୁଛନ୍ତି । କାଲି ବିରୋଧୀଙ୍କୁ ହାତଯୋଡି ଅନୁରୋଧ କରିଥିଲେ ହେଲ କିଛି ଶୁଣିଲେ ନାହିଁ ହଙ୍ଗାମା ଜାରି ରଖିଥିଲେ । ଟିଭି ଦେଖି ଜନତା ବିରୋଧୀଙ୍କ ଚରିତ୍ର ଦେଖନ୍ତୁ ।''