ନୂଆଦିଲ୍ଲୀ,୦୩/୦୧: ପବଜୀ ପାଇଁ ଗଲା ଜୀବନ ।  ଅକାଳରେ ଚାଲିଗଲା ୩ ନାବାଳକଙ୍କ ଜୀବନ । ବିହାରର ବୈତିୟା ଜିଲ୍ଲାର ମୁଫାସିଲ ବିହାରର ବୈତିୟା ଜିଲ୍ଲାର ମୁଫାସିଲ ପୁଲିସ ଷ୍ଟେସନ ଅନ୍ତର୍ଗତ ନରକାଟିଆଗଞ୍ଜ-ମୁଜାଫରପୁର ରେଳ ବିଭାଗର ମନସା ଟୋଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି।  ଇୟରଫୋନ୍‌ ଦେଇ ଟ୍ରେନ୍‌ ଲାଇନ୍‌ରେ ବସି  ପବଜୀ ଖେଳୁଥିବା ବେଳେ ସେମାନଙ୍କ ଉପରେ ଟ୍ରେନ ଚଢିଯାଇଥିବା ଜଣାପଡ଼ିଛି। 

ତେବେ ପବଜୀ ଖେଳିବା ନିଶା ଘାରିବାରୁ ୩ ନାବାଳକ ସାଙ୍ଗ ଘର ପାଖ ଟ୍ରେନ୍‌ ଲାଇନ୍‌କୁ ଚାଲିଗଲେ। ସେଠାରେ ସେମାନେ ଇୟରଫୋନ୍‌ ଦେଇ ଟ୍ରେନ୍‌ ଲାଇନ୍‌ରେ ବସି ଖେଳୁଥିଲେ ପବଜୀ। ମାତ୍ର ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଶବ୍ଦ ସେମାନେ ଶୁଣି ପାରି ନ ଥିଲେ। ଫଳରେ ସେମାନଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଥିଲା ଓ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇ ବରିଷ୍ଠ ପୁଲିସ୍ ଓ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାର ଲୋକେ ପହଞ୍ଚି  ପିଲାମାନଙ୍କୁ ଚିହ୍ନଟ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।