ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭୋଟର ସଂଶୋଧନରେ ବିରାଟ ତ୍ରୁଟି; ମହିଳାଙ୍କ ପରିଚୟପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ, ଯାଞ୍ଚ ଦାବି

Published By : Anindita Ratha | July 11, 2025 9:00 AM

ନୂଆଦିଲ୍ଲୀ,୧୧/୦୭: ଚଳିତ ବିହାରରେ ନିର୍ବାଚନ । ରାଜନୈତିକ ଦଳ ମାନେ ଆରମ୍ଭ କରି ଦେଲେଣି ପ୍ରସ୍ତୁତି । ଭୋଟର ପରିଚୟ ପତ୍ର ଆବେଦନ ମଧ୍ୟ ଜାରି ରହିଛି । ଏହାରି ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଭୋଟର ପରିଚୟ ପତ୍ରରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନ ପାଇଛି । ୩୦ ବର୍ଷୀୟା ମହିଳାଙ୍କ ଭୋଟର ପରିଚୟ ତାଙ୍କ ନାଁ ଅଭିଳାଶା କୁମାରୀ ଲେଖାଯାଇଛି । ହେଲେ ତାଙ୍କ ଫଟୋ ବଦଳରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଫଟୋ ସ୍ଥାନ ପାଇଛି । ଯାହାକୁ ନେଇ ବିହାରରେ ଏବେ ଚର୍ଚ୍ଚା ।

ସୂଚନା ଅନୁଯାୟୀ, ଅଭିଳାଶା କୁମାରୀ ନିଜ ଭୋଟର ପରିଚୟପତ୍ରରେ ଠିକଣା ସଂଶୋଧନ କରିବାକୁ ଆବେଦନ କରିଥିଲେ । ସମ୍ପୃକ୍ତ ଅଧିକାରୀ ଠିକଣାକୁ ସଂଶୋଧନ କରିଥିଲେ, ମାତ୍ର ପରିଚୟ ପତ୍ରରେ ଆଉ ଗୋଟିଏ ନୂଆ ଭୁଲ କରିଦେଛନ୍ତି । ବିହାର, ମାଧେପୁରା ମ୍ୟୁନିସିପାଲ କାଉନ୍‌ସିଲର ଅଭିଳାଶା କୁମାରୀ ନିକଟରେ ନିଜର ସଂଶୋଧିତ ଭୋଟର ପରିଚୟପତ୍ର ପାଇଲେ । କାର୍ଡରେ ନାଁ ଓ ଅନ୍ୟ ବିବରଣୀ ଠିକ୍‌ ଥିଲା । କିନ୍ତୁ ଫଟୋ ମୁଖ୍ୟମନ୍ତ୍ରୀ ନୀତୀଶଙ୍କର ଥିଲା । ଏ ଘଟଣା ପାଇଁ ଅଭିଳାଶା ଓ ତାଙ୍କ ସ୍ୱାମୀ, ଭୋଟର ପରିଚୟପତ୍ର ପ୍ରସ୍ତୁତ କରୁଥିବା ସରକାରୀ ଏଜେନ୍ସିଙ୍କ ଅବହେଳାକୁ ଦାୟୀ କରିଛନ୍ତି । ଆଗକୁ ଯେମିତି ଏଭଳି ଘଟଣା ନ ହେଉ,ସେଥିପାଇଁ ଉଭୟ ଏହାର ଯାଞ୍ଚ୍‌ ଦାବି କରିଛନ୍ତି । ସେତିକି ନୁହେଁ, ଆଖି ଉପରେ ହାତ ଦେଇ ଖରାରେ ଚାହିଁଥିବା ନୀତୀଶଙ୍କର ସେହି ନିର୍ଦ୍ଦିଷ୍ଟ ଫଟୋକୁ ଭୋଟର ଆଇକାର୍ଡରେ ସ୍ଥାନ ଦେବାର କାରଣ ଉପରେ ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି । ଦମ୍ପତି ଏ ନେଇ ସମ୍ପୃକ୍ତ ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ପାଖକୁ ଯାଇଥିଲେ । ଏହି ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ଅଧିକାରୀମାନେ ଦମ୍ପତିଙ୍କୁ କହିଲେ । ଇତିମଧ୍ୟରେ ଏହି ତ୍ରୁଟି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିହାର ଶାସକ ଦଳ ଉପରେ ରାଜନୈତିକ ଦଳମାନଙ୍କୁ ଆକ୍ରମଣର ସୁଯୋଗ ଦେଇଛି । ରିପୋର୍ଟ ଅନୁସାରେ, ମାମଲାର ଯାଞ୍ଚ୍‌ ଆଦେଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.