ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

କାର୍ତ୍ତିକ ଆସିଲେ ଖୋଜାପଡ଼ନ୍ତି ବିଜୟ, ସୋଲ ଡଙ୍ଗା ଦେଇଛି ପରିଚୟ...

Published By : Prameya | November 12, 2024 12:45 PM

ଭୁବନେଶ୍ୱର,୧୨/୧୧: ବର୍ଷକୁ ଥରେ ଆସେ ଡଙ୍ଗା ଭସା । ଏହି ସମୟରେ ମୁଁ ମୋ କଳାକୁ ଡଙ୍ଗା ମାଧ୍ୟମରେ ଦେଖାଏ । ଡଙ୍ଗା ଭସା ସିନା କାର୍ତ୍ତିକରେ ହୁଏ, କିନ୍ତୁ ଏହାର ପ୍ରସ୍ତୁତି ମୁଁ ଶ୍ରାବଣରୁ  ଆରମ୍ଭ କରିଦିଏ । ହେଲେ ଏବର୍ଷ ଡଙ୍ଗା ତିଆରି  କରିବାରେ ବିଳମ୍ବ ହୋଇଯାଇଛି । ବୟସ ଦିନକୁ  ଦିନ ବଢୁଥିବାରୁ ଆଗ ଭଳି ଆଉ କାମ କରିପାରୁନି । ହେଲେ ଡଙ୍ଗା ହେଉଛି ମୋର ପରିଚୟ । ଜୀବନ  ଥିବା ପର୍ଯ୍ୟନ୍ତ ଏମିତି ଡଙ୍ଗା କରିଚାଲିଥିବି । ଯେଉଁ  ଦିନ ମୋ ଜୀବନ ଡଙ୍ଗା ବୁଡ଼ିଯିବ ସେହିଦିନ ବୁଡ଼ିଯିବ  ମୋ କାର୍ତ୍ତିକ ଡଙ୍ଗା । ଏହା କହିଛନ୍ତି ଗତ ୩୦ ବର୍ଷ  ଧରି ଡଙ୍ଗା ତିଆରି କରିଆସୁଥିବା କାରିଗର ବିଜୟ  ବେହେରା ।

ଘର ପୁରୁଣା ଭୁବନେଶ୍ୱର ନଳାମୁହଁ ସାହି ।  ବୟସ ୬୦ ଛୁଇଁଲାଣି । ଦେହ ବି ଭଲ ରହୁନି ।  ହେଲେ ମନ ଦବିନି । ଆଜିବି ସିଏ ପୂର୍ବ ଉତ୍ସାହର  ସହ ଡଙ୍ଗା ତିଆରି କରୁଛନ୍ତି । ବେଉସାରେ ସେ  ହେଉଛନ୍ତି ଜଣେ ରାଜମିସ୍ତ୍ରୀ । କିନ୍ତୁ ଦକ୍ଷତା କୌଣସି  ନିଖୁଣ କାରିଗରଠୁ କମ୍‌ ନୁହେଁ । ସୋଲକୁ ବ୍ୟବହାର  କରି ଗଢିବସନ୍ତି ନାନା କିସମର ଡଙ୍ଗା । ସୋଲକୁ  ହଂସ ଆକୃତିର କାଟି ଆଲ୍‌ପିନ୍‌, ଅଠା, ଜିଙ୍କ୍‌ ଦେଇ କରୁଥିବା ଡଙ୍ଗାରେ ଥାଏ ଅନେକ ଆଦର । ତେବେ  ତାଙ୍କର ସବୁଠୁ ଆକର୍ଷଣୀୟ ଡଙ୍ଗା ଭିତରେ ହଂସ ହିଁ  ମୁଖ୍ୟ । ସୋଲରେ ହଂସର ଏପରି ଆକୃତି କରନ୍ତି  ଯେ, ପାଣିରେ ହଂସ ଭାସିବାର ଭ୍ରମ ସୃଷ୍ଟି ହୋଇଥାଏ ।  ତାଙ୍କର ଏ କଳା ଯୋଗୁଁ ଦୂର ଦୂରାନ୍ତରରୁ ଲୋକେ  ଆସି ୧୫ ଦିନ ଆଗରୁ ଡଙ୍ଗାର ବରାଦି ଦେଇଥାନ୍ତି ।  ଏକ ନମ୍ବର ହାଟର ବ୍ୟବସାୟୀମାନେ ତାଙ୍କ ପାଖରୁ  ଡଙ୍ଗା ନିଅନ୍ତି । ତାଙ୍କ ଡଙ୍ଗାର ମୂଲ୍ୟ ୩୦ ଟଙ୍କାରୁ  ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।  

ଏଥିପାଇଁ ତାଙ୍କୁ ୪ ମାସ ପୂର୍ବରୁ କାମ ଆରମ୍ଭ  କରିବାକୁ ପଡ଼ିଥାଏ । ହେଲେ ଚଳିତ ବର୍ଷ ସ୍ୱାସ୍ଥ୍ୟଗତ  କାରଣରୁ ଡଙ୍ଗା ତିଆରି ବିଳମ୍ବ ହୋଇଛି । ଚଳିତ ବର୍ଷ  ମଧ୍ୟ ସେ କେବଳ ହଂସ ଡଙ୍ଗା ହିଁ କରିପାରିଛନ୍ତି ।  ସେ ମୁଖ୍ୟତଃ ଡାଙ୍ଗା ତିଆରି କରିବା ପାଇଁ ସୋଲ,  ଥର୍ମୋକୁଲ, ଜିଙ୍କ୍‌, ଆଲପିନ୍‌, କଣ୍ଟା ଆଦି ବ୍ୟବହାର  କରିଥାନ୍ତି । କେବଳ ଡଙ୍ଗା କାହିଁକି ଅନ୍ୟ ସମୟରେ  ପିଲାମାନଙ୍କ ପ୍ରୋଜେକ୍ଟ ପାଇଁ ମଧ୍ୟ ବିଭିନ୍ନ ପ୍ରକାର  ସାମଗ୍ରୀ ତିଆରି କରିଥାନ୍ତି । ବିଜୟ ଯେ କେବଳ  ସୋଲରେ କାରିଗରୀ ଚାତୁରୀ ଦେଖାନ୍ତି ତାହା ନୁହେଁ  ସେ ଶିଙ୍ଗ କାମରେ ମଧ୍ୟ ବେଶ ଧୁରନ୍ଧର । ଏଥିପାଇଁ  ସେ ତାଲିମ୍‌ ମଧ୍ୟ ନେଇଛନ୍ତି । ମାତ୍ର କଞ୍ଚାମାଲ୍‌ର  ଅଭାବ ଏବଂ ବ୍ୟବସାୟିକ ବାଟର ଅଜ୍ଞତା ଯୋଗୁଁ ତାଙ୍କ  ଶିଳ୍ପୀ ଜୀବନ ବାଲି ସିମେଣ୍ଟ୍‌ରେ ସୀମିତ ରହିଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.