ଭୁବନେଶ୍ବର,୮।୧ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ବିଜେନ୍ଦ୍ର ପ୍ରତାପ ସିଂ ଆଜି  ଭୁବନେଶ୍ଵର ସ୍ଥିତ ନାଲକୋ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି।

ନାଲକୋରେ ଯୋଗଦେବା ପୂର୍ବରୁ ଶ୍ରୀ ସିଂ ସେଲ ର ବର୍ଣ୍ଣପୁର ଏବଂ ଦୁର୍ଗାପୁର ଇସ୍ପାତ କାରଖାନାର ନିର୍ଦ୍ଦେଶକ(ଇନ୍-ଚାର୍ଜ) ସହସେଲ ବୋର୍ଡର ସଦସ୍ୟମଧ୍ୟ ଥିଲେ। ଖଣି ଏବଂ ଇସ୍ପାତ କ୍ଷେତ୍ରରେ ଦୀର୍ଘ ୩୫ବର୍ଷରୁ ଅଧିକ ଅଭିଜ୍ଞତା ସହିତ ଶ୍ରୀ ସିଂଙ୍କ କାର୍ଯ୍ୟଶୈଳୀ ଏବଂ ଶିଳ୍ପକ୍ଷେତ୍ରରେ ପାରଦର୍ଶିତା ସେଲର ଆଧୁନିକୀକରଣ ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଯାହା ଭାରତର ଇସ୍ପାତ କ୍ଷେତ୍ରର ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱକୁ ସୁନିଶ୍ଚିତ କରିପାରିଛି।

ଶ୍ରୀ ସିଂ, ୧୯୮୯ରେ ଆଇଆଇଟି-ଧାନବାଦ୍ (ପୂର୍ବରୁ ଆଇଏସ୍ଏମ୍ ଧାନବାଦ୍) ରୁ ମାଇନିଂ ମେସିନାରୀ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ସହ ମାର୍କେଟିଂରେଏମବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୮୯ ରେ ଭିଲାଇ ଷ୍ଟିଲ ପ୍ଳାଣ୍ଟ ରୁ ନିଜ କ୍ୟାରିୟର ଆରମ୍ଭ କରିବାଥିବା ଶ୍ରୀ ସିଂ ସେଲର ୪ ଟି ପ୍ରମୁଖ ଏକୀକୃତ ଇସ୍ପାତ କାରଖାନା (ଭିଲାଇ ଷ୍ଟିଲ ପ୍ଳାଣ୍ଟ,ବୋକାରୋ ଷ୍ଟିଲ୍ ଲିମିଟେଡ୍,ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ଏବଂଆଇ.ଆଇ.ଏସ.କୋ ଷ୍ଟିଲ୍ ପ୍ଲାଣ୍ଟ) ରେ ବିଭିନ୍ନ ପଦ ପଦବୀରେ ସଫଳତାର ସହ ଦାୟିତ୍ଵ ନିର୍ବାହ କରିଛନ୍ତି । ମାଇନିଙ୍ଗ, ବ୍ଲାଷ୍ଟ ଫରନେସ, ସିଣ୍ଟର ପ୍ଳାଣ୍ଟ, ମେଣ୍ଟେନାନ୍ସ, ଏବଂ ପ୍ଳାଣ୍ଟ ପରିଚାଳନା କ୍ଷେତ୍ରରେ ତାଙ୍କର ବିସ୍ତୃତ ଅଭିଜ୍ଞତା ରହିଛି। ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂଙ୍କ ଯୋଗଦାନ ହେତୁ ନାଲକୋର ବିଭିନ୍ନପ୍ରକଳ୍ପ ଗୁଡ଼ିକର ସଂପ୍ରସାରଣ ତଥା ନୂତନ ପ୍ରକଳ୍ପମାନଙ୍କର ଆଶାନ୍ଵିତ ରୂପାୟନ ସୁନିଶ୍ଚିତ ହୋଇପାରିବ।