ବାରଙ୍ଗ,୦୮/୧୦: ନନ୍ଦନକାନନରେ ସିଂହୀ ବିଜ୍‌ଲୀ ଦୁଇ ଛୁଆଙ୍କୁ କାମୁଡ଼ି  ଗୁରୁତର କରିଛି । ସେମାନଙ୍କୁ ଚିକିତ୍ସା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।  

ଗତ ଅଗଷ୍ଟ ୨୯ରେ ୯ବର୍ଷିୟା ଏହି ସିଂହୀଟି ୫ଟି ଛୁଆ ଜନ୍ମ ଦେଇଥିଲା । ସେଥିରୁ  ଦୁଇଟି ଛୁଆ ଆଖି ବୁଜିଥିଲେ । ଅନ୍ୟ ୩ଟି ମଧ୍ୟରୁ ରବିବାର ଦୁଇଟି ଛୁଆଙ୍କୁ  ବିଜ୍‌ଲୀ କାମୁଡ଼ି ପକାଇଥିଲା । ମା’ର ଦାନ୍ତ ବାଜି ଦୁଇ ଛୁଆ ଗୁରୁତର ହେବା ଜାଣିବା  ପରେ ଆନିମଲ କିପର ସେମାନଙ୍କୁ ମା’ଠାରୁ ଅଲଗା କରିଛନ୍ତି । ଗୋଟିଏର ଚମଡ଼ା ଫାଡ଼ି ହୋଇଯାଇଥିବାରୁ ଅସ୍ତ୍ରୋପଚାର କରାଯାଇଛି ।

 ବିଜ୍‌ଲୀ ୪ ଥରରେ ୧୪ଟି  ଛୁଆ ଜନ୍ମ ଦେଲାଣି । ସେଥିରୁ ୫ଟିର ମୃତ୍ୟୁ ହୋଇଛି । ଦୁଇଟି ଶାବକ ବର୍ଷା ଓ  କାମିନୀକୁ ଜନ୍ମ ଦେବା ପରେ ଗ୍ରହଣ ନକରିବାରୁ ସେମାନଙ୍କୁ ଶିଶୁ ଲାଳନ ପାଳନ  କେନ୍ଦ୍ରରେ ପାଳନ କରାଯାଇଥିଲା । ବାକି ୪ଟି ଛୁଆ ମା’ ପାଖରେ ରହିଥିଲେ ।