ନୂଆଦିଲ୍ଲୀ, ୩।୪: ଭାରତର ଇତିହାସରେ ଏମିତି ଜଣେ ନାୟକ ଅଛନ୍ତି, ଯିଏ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ ବରଂ ଦେଶର ସୁରକ୍ଷା ରଣନୀତିର ଜଣେ ମହାନ ସୂତ୍ରଧର ଥିଲେ । ସେ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଯେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଚୀନକୁ ବନ୍ଧୁ ବୋଲି ଭାବୁଥିଲେ, ସେତେବେଳେ ବିଜୁ ବାବୁ ଚୀନର ବିଶ୍ୱାସଘାତକତାକୁ ପୂର୍ବରୁ ଆକଳନ କରିସାରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜଣେ ସାହସୀ ପାଇଲଟ୍ ଭାବେ ବିଜୁ ପଟ୍ଟନାୟକ ଅନେକ ଦୁଃସାହସିକ ମିଶନ କରିଥିଲେ । ସେ ଆସାମରୁ ଚୀନ ପର୍ଯ୍ୟନ୍ତ ବିମାନ ଉଡ଼ାଇ ସେଠାରେ ସାମଗ୍ରୀ ପହଞ୍ଚାଉଥିଲେ । ସେହି ସମୟରୁ ହିଁ ଚୀନର ଭୌଗୋଳିକ ସ୍ଥିତି ଏବଂ ସେମାନଙ୍କ ମାନସିକତା ବିଷୟରେ ତାଙ୍କର ସ୍ପଷ୍ଟ ଧାରଣା ଥିଲା । ସେ ଜାଣିଥିଲେ ଯେ ଚୀନକୁ ରୋକିବାକୁ ହେଲେ ଭାରତକୁ ଆମେରିକା ସହ ସମ୍ପର୍କ ମଜବୁତ କରିବାକୁ ପଡ଼ିବ । ଭାରତର ଇତିହାସରେ ଏମିତି ଜଣେ ୱାୟନ ଅଛନ୍ତି, ଯିଏ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ ବରଂ ଦେଶର ସୁରକ୍ଷା ରଣନୀତିର ଜଣେ ମହାନ ସୂତ୍ରଧର ଥିଲେ । ସେ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ... ଭାରତରେ ହେବ ବିଶ୍ୱର ତୃତୀୟ ବୃହତ୍ ଏୟାର୍ସିପ୍ ପ୍ଲାଣ୍ଟ, ଅତ୍ୟାଧୁନିକ ଏବଂ ନିରନ୍ତର ବିମାନ ନିର୍ମାଣରେ ମଜଭୁତ ହେବ ଦେଶ

ଭାରତ-ଆମେରିକା ସମ୍ପର୍କର ମୂଳଦୁଆ: 

୧୯୬୨ ଚୀନ ଯୁଦ୍ଧ ପରେ ନେହେରୁ ବିଜୁ ବାବୁଙ୍କ ଦକ୍ଷତା ଉପରେ ଭରସା କରି ତାଙ୍କୁ ସାମରିକ ସହାୟତା ପାଇଁ ଆମେରିକା ପଠାଇଥିଲେ । ବିଜୁ ପଟ୍ଟନାୟକଙ୍କ ସେହି ଗସ୍ତ ହିଁ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କର ମୂଳଦୁଆ ପକାଇଥିଲା, ଯାହା ପରବର୍ତ୍ତୀ ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଅଧିକ ସୁଦୃଢ଼ ହୋଇଥିଲା ।

ବିଜୁ ବାବୁଙ୍କ ମାଷ୍ଟରପ୍ଲାନ୍: ‘ବିକାଶ ବାଟାଲିୟନ’

ଆଜି ଯେଉଁ SFF ବା ‘ବିକାଶ ବାଟାଲିୟନ’ ପାଇଁ ଭାରତୀୟ ସେନା ଗର୍ବ କରୁଛି, ତାହାର ପରିକଳ୍ପନା କରିଥିଲେ ବିଜୁ ପଟ୍ଟନାୟକ । ଏହି ଗୁପ୍ତ ସେନାରେ ତିବ୍ଦତୀୟ ସୈନିକମାନଙ୍କୁ ସାମିଲ କରାଯାଇଥିଲା, ଯେଉଁମାନେ ପାହାଡ଼ିଆ ଅଞ୍ଚଳରେ ଯୁଦ୍ଧ କରିବାରେ ଅତ୍ୟନ୍ତ ମାହିର । ୨୦୨୦ରେ ଲଦାଖର ଗଲୱାନ୍ ଉପତ୍ୟକାରେ ଚୀନ ସହ ସଂଘର୍ଷ ସମୟରେ ବିଜୁ ବାବୁଙ୍କ ଦ୍ୱାରା ଗଠିତ ଏହି ‘ବିକାଶ ବାଟାଲିୟନ’ ଚୀନ ସେନାକୁ ନାକେଦମ୍ କରିଦେଇଥିଲା । ‘ଅପରେସନ୍ ସ୍ନୋ ଲେପର୍ଡ’ ଅଧୀନରେ ଏହି ବାହିନୀ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ରେଜାଙ୍ଗ-ଲା ଏବଂ ରେଚିନ୍-ଲା ଭଳି ଗୁରୁତ୍ୱପୂର୍ଣ୍ଣ ଶୃଙ୍ଗକୁ ଚୀନ କବ୍ଜାରୁ ମୁକ୍ତ କରିଥିଲେ । ଚୀନର ପିଏଲଏ (PLA) କବ୍ଜା କରିଥିବା କୈଳାସ ହିଲ୍ସକୁ ମଧ୍ୟ ଏହି ବାହିନୀ ନିଜ ନିୟନ୍ତ୍ରଣକୁ ନେଇଥିଲା ।

ନେହେରୁ କହିଥିଲେ: “ବିଜୁଙ୍କ ପାଖରେ ଅଛି ଅଦ୍ଭୁତ ଅଭିଜ୍ଞତା”

୧୯୬୩ ମସିହାରେ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ ନେହେରୁ କହିଥିଲେ ଯେ, “ବିଜୁ ପଟ୍ଟନାୟକଙ୍କ ପାଖରେ ଏମିତି ରଣନୈତିକ ଜ୍ଞାନ ଏବଂ ଅଭିଜ୍ଞତା ଅଛି, ଯାହା ଏଠାରେ ବସିଥିବା ଆମ ମଧ୍ୟରୁ କାହାରି ପାଖରେ ନାହିଁ ।” ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, କେବଳ ଜଣେ ରାଜନେତା ନୁହେଁ ବରଂ ଜଣେ ପ୍ରତିରକ୍ଷା ରଣନୀତିକାର ଭାବେ ବିଜୁ ବାବୁଙ୍କ ଅବଦାନ ଭାରତକୁ ଚୀନ ବିରୋଧରେ ଆଜି ମଧ୍ୟ ଶକ୍ତି ଯୋଗାଉଛି ।