ପ୍ରମୂଖ ଖବର
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପୃଥକ ପୃଥକ ମର୍ମନ୍ତୁଦ ଦୁର୍ଘଟଣା, ଗଛରେ ପିଟି ହୋଇ ଚାଲିଗଲା ୩ ଯୁବକଙ୍କ ଜୀବନ

Published By : Prameya | July 6, 2025 8:58 AM

ଅନୁଗୁଳ/ବନ୍ତଳା ୦୬/୦୭:  ପୁରୁଣା କଟକ-ସମ୍ବଲପୁର ରାସ୍ତାର ବନ୍ତଳା ଥାନା ଇଲାକା ଚମ୍ପତ୍ତିମୁଣ୍ଡାଠାରେ  ଶନିବାର ଅପରାହ୍ଣରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଆରୋହୀଙ୍କ  ଶୋଚନୀୟ ମୃତ୍ୟୁ ଘଟିଛି । ଭାରସାମ୍ୟ  ହରାଇ ବାଇକ୍‌ଟି ରାସ୍ତା ପାଶ୍ୱର୍ ଗଛରେ  ପିଟି ହୋଇଥିଲା । ମୃତକ ଦ୍ୱୟ ହେଲେ, କଟକ ଜିଲ୍ଲା ତିଗିରିଆ ଶୁଣ୍ଢିପାଳ ଗ୍ରାମର ଅଭୟ ରାଉତ ଓ ଅମର ରାଉତ । 

ପୁଲିସ୍‌  ସୂଚନା ମୁତାବକ, ଉଭୟ ଝାରସୁଗୁଡ଼ାର ଏକ ଘରୋଇ କମ୍ପାନୀରେ କାମ କରନ୍ତି ।  ଦୁହେଁ ଶନିବାର ଏକ ବୁଲେଟ୍‌ ମଟର ସାଇକେଲ୍‌ରେ ଘରକୁ ଫେରୁଥିଲେ । ଚମ୍ପତ୍ତିମୁଣ୍ଡା ନବୋଦୟ ସ୍କୁଲ ଫାଟକ ନିକଟ ବୁଲାଣିଠାରେ ଭାରସାମ୍ୟ ହରାଇବାରୁ  ରାସ୍ତାପାଶ୍ୱର୍ ଗଛରେ ପିଟି ହୋଇଥିଲେ । ଦୁର୍ଘଟଣାରେ ଘଟଣା ସ୍ଥଳରେ ଉଭୟଙ୍କ ପ୍ରାଣବାୟୁ ଉଡିଯାଇଥିଲା । ବନ୍ତଳା ଥାନା  ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ  ପାଇଁ ପଠାଇଛି । ବାଇକ୍‌ ଜବତ କରି  ପୁଲିସ୍‌ ତଦନ୍ତ ଚଳାଇଛି । 

ସେହିପରି ଜରପଡ଼ା ଥାନା ଇଲାକା  ଓଗୀ ଗ୍ରାମ ନିକଟରେ ଶନିବାର ଅପରାହ୍ଣ  ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି । ରାସ୍ତା ପାଶ୍ୱର୍ ଏକ ଗଛରେ  ପିଟି ହେବାରୁ ବାଇକ୍‌ ଆରୋହୀଙ୍କ  ଜୀବନ ଯାଇଛି । ମୃତକ ହେଲେ, ସେହି  ଥାନା ଅନ୍ତର୍ଗତ କଞ୍ଜରା ଗ୍ରାମର ଲକ୍ଷ୍ମଣ  ସାହୁ(୨୫) । 

ସୂଚନା ମୁତାବକ, ଲକ୍ଷ୍ମଣ  କୌଣସି କାମରେ ଅନ୍ତୁଳିଆ  ଅଞ୍ଚଳକୁ ଯାଇଥିଲେ । ଅପରାହ୍ଣରେ ସେ  ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଓଗୀ ପାଞ୍ଚଗୋଛିଆ ଉଠା ନିକଟରେ  ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏକ  ଅଜଣା ଗାଡ଼ି ଧକ୍କା ଦେବା ଫଳରେ ସେ  ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଗଛରେ  ପିଟି ହୋଇଥିଲେ । ଘଟଣାସ୍ଥଳରେ ହିଁ  ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଜରପଡା  ଥାନା ପୁଲିସ୍‌ ମୃତଦେହ ଜବତ କରିବା  ସହିତ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟକୁ ପଠାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.