କପ୍ତିପଦା ୧୦/୦୬: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣା। ଠାକୁରମୁଣ୍ଡା ରାସ୍ତାର ପୁରୁଣାପାଣି ପୋଲ ନିକଟରେ ବାଇକ ଦୁର୍ଘଟଣାରେ ଆରୋହୀ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ସକାଳେ ସ୍ଥାନୀୟଲୋକ ଦେଖି ଶରତ ଥାନକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ଏଥି ସହିତ ଦୁର୍ଘଟଣା ଗସ୍ତ ବାଇକକୁ ଉଦ୍ଧାର କରି ଥାନାକୁ ଆଣିଛି ପୁଲିସ । ମୃତକ ବାଇକ ପରିଚୟ ମିଳିନଥିବା ବେଳେ ପୁଲିସ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରାସ୍ତାର ପୁରୁଣାପାଣି ପୋଲ ନିକଟରେ ବାଇକ୍ ଦୁର୍ଘଟଣା ଘଟିଥିଲା। ବାଇକ୍ ଆରୋଇଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକଟିକୁ ପୁଲିସ ରାସ୍ତାକଡ଼ରୁ ଉଦ୍ଧାର କରିଛି। ତେବେ କେଉଁ ଗାଡ଼ି ଧକ୍କାରେ ବାଇକ୍ ଦୁର୍ଘଟଣା ଘଟିଛି ତାହ ଜଣାପଡିନାହିଁ। ଆରୋହୀ ଜଣଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ।