ଦଶପଲ୍ଲା,୨୩/୧୧ : ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର କୁଆଁରିଆ ଡ୍ୟାମ୍ ଛକ ନିକଟରେ ରବିବାର ଅପରାହ୍ନ ୪ଟା ୩୦ମିନିଟ୍ ସମୟରେ ପିକ୍ଅପ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଏଥିରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ସମସ୍ତେ ଗୁରୁତର ହୋଇଛନ୍ତି।
ଖବରପାଇ ଦଶପଲ୍ଲା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଗୁରୁତର ଭାବେ ଆହତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତାହତଙ୍କ ପରିଚୟ ମିଳି ପାରିନାହିଁ। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।