ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ

Published By : Harapriya Sethi | October 14, 2024 10:19 AM

ବିଣିକା,୧୪/୧୦: କଟାପାଲି ଗାଁ ମୁଣ୍ଡରେ ବାଇକ୍‌କୁ ଧକ୍କା ଦେଲା ଆଉ ଏକ ବାଇକ୍‌ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ଜଣ ବ୍ୟକ୍ତି । ମୃତ ବ୍ୟକ୍ତି ଦ୍ୱୟ ବିନିକା ଥାନା ଘଣ୍ଟୋପାଳି ଗ୍ରାମର ରାଜେନ୍ଦ୍ର ବାରିକ, ସଚିତା ପଧାନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଟାପାଲି ଗାଁ ମୁଣ୍ଡରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଦୁଇଜଣ ବ୍ୟକ୍ତି ଗୋଟିଏ ବାଇକରେ କୌଣସି କାମରେ ଲଛିପୂର ଯାଉଥିଲେ । ଏହି ସମୟରେ କଟାପାଳି ଛକ ନିକଟରେ ଦୃତ ଗତିରେ ଏକ ବାଇକ ଆସି ପଛପଟୁ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ ଦୁଇ ବ୍ୟକ୍ତି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବ୍ୟକ୍ତି ଦ୍ୱୟଙ୍କୁ ଗୁରୁତର ଅବସ୍ଥାରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିନିକା ଡାକ୍ତରଖାନାରେ ରାଜେନ୍ଦ୍ର ବାରିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସଚିତା ପଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ଯାଉଥିବା ସମୟରେ ରାସ୍ତାରେ ସଚିତା ପଧାନଙ୍କ ମୃତ୍ୟୁ ହୋଇଛି । ବିନିକା ଡାକ୍ତରଖାନାରେ ରାଜେନ୍ଦ୍ର ବାରିକଙ୍କ ମୃତ ଦେହ ରଖାଯାଇଥିବା ବେଳେ ସଚିତା ପଧାନଙ୍କ ମୃତ ଦେହ ବୁର୍ଲା ଡ଼ାକ୍ତରଖାନାରେ ରଖାଯାଇଛି । ଏହି ଘଟଣା ସମ୍ୱନ୍ଧରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.