ଭୁବନେଶ୍ବର ୨୨/୦୯: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସି ବାଇକକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ। ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାର ୩ ଜୀବନ। ପୁଅ, ଝିଅ ସହ ଆଖିବୁଜିଲେ ବାପ। ଗୁରୁତର ଅବସ୍ଥା​‌ରେ ସ୍ତ୍ରୀଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣା ପରେ ଚାପା ଉତ୍ତୋଜନା ଦେଖାଦେଇଥିଲା। ସ୍ଥାନୀୟଲୋକ ରାସ୍ତାରୋକ୍ କରିବା ସହ କ୍ଷତିପୂରଣ ଦାବି କରିଥିଲେ। 

ସୂଚନା ଅନୁଯାଇ, ଭୁବନେଶ୍ୱର ଜାତୀୟ ରାଜପଥ ୨୬ ନର୍ଲା ସହର ଦେହେଲି ନିକଟରେ ରାମପୁର ପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍। ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକ ଏବଂ ତାଙ୍କ ଛୋଟ ପୁଅର ମୃତ୍ୟୁ ହୋଇଥିବା ବେଳେ ନାବାଳିକା ଝିଅ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ନର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ନାବାଳିକା ଝିଅର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ଚାଲିଛି। ଘଟଣାସ୍ଥଳରେ  ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ କରିଛନ୍ତି l ବାଇକ୍ ଓ ପିକ୍‌ଅପ୍ ଭ୍ୟାନକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିିସ।