ମାଲକାନଗିରି, ୨୧/୧୧ : ମାଲକାନଗିରି ଥାନା ସ୍ଥିତ ଏମଭି-୧୩ ଗ୍ରାମ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ମୋଟର ସାଇକେଲ ଚାଳକର ମୃତ୍ୟୁ । ମୃତକ ନାୟକଗୁଡା ଗ୍ରାମର ଗଙ୍ଗା ମାଡକାମି ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଜଣକ ଫେରାର ହୋଇଯାଇଛି ।

ପ୍ରକାଶ ଯେ, ଟ୍ରକ ଡ୍ରାଇଭର ଜଣକ ଟ୍ରକର ଭାରସାମ୍ୟ ହରାଇ ଗୋଟିଏ ଘରକୁ ନେଇ ଧକ୍କା ଦେଇଥିଲେ । ଫଳରେ ଘରଟିର କିଛି ଅଂଶ ଭାଙ୍ଗି ଯାଇଥିଲା । ସେହିଭଳି ସାମ୍ନା ପଟୁ ଏକ ମୋଟର ସାଇକେଲ ଯୋଗେ ଗଙ୍ଗା ଆସୁଥିବାବେଳେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଜଣକ ଫେରାର ହୋଇଯାଇଛି । ଖବରପାଇ  ମାଲକାନଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ଲାଗି ପଠାଇଛି । ଟ୍ରକ ଟିକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।