ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ସ୍କୁଟିକୁ ଧକ୍କା ଦେଲା ବାଇକ, ଦୁଇ ଗୁରୁତର ଦୁଇ ଆହତ

Published By : Prameya | December 1, 2024 8:08 AM

କଟକ ୦୧/୧୨: ସ୍କୁଟିକୁ ଧକ୍କା ଦେଲା ବାଇକ୍‌। ଦୁର୍ଘଟଣାରେ ଦୁଇଜଣ ଗୁରୁତର ଦୁଇଜଣ ଆହତ। ଉଦ୍ଧାର କରି ମେଡିକାଲରେ ଭର୍ତ୍ତିକଲା ଅଗ୍ନିଶମ ବିଭାଗ।

ସୂଚନା ଅନୁଯାୟୀ, କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଥାନା କଳାଗ୍ନୀ ଛକ ନିକଟରେ ସ୍କୁଟିକୁ ପଛପଟୁ ଏକ ବାଇକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଦୁଇଜଣ ଆହତ ଅଛନ୍ତି। ଚାରୀଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ପ୍ରଥମେ ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ ଗୁରୁତର ଅବସ୍ଥାରେ ଜଣକୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଜଣକୁ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବାଇକରେ ଥିବା ବରାଦୋର ଗୋପୀନାଥ ସେଠୀ ଆହତ ହୋଇଥିଲା ବେଳେ ଟୁଲୁ ସେଠୀ ଗୁରୁତର ହୋଇଥିଲେ। ସେହିପରି ସ୍କୁଟିରେ ବେତେଇ ଗ୍ରାମର ରଘୁଆ ମହାରଣା ଆହତ ହୋଇଥିବା ବେଳେ ପୁଅ ଗୁରୁତର ହୋଇ ଥିବାର ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍କୁଟି ଓ ବାଇକକୁ ଜବତ କରି ତଦନ୍ତ କରୁଥିବା   ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.