ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯାତ୍ରା ଦେଖି ଫେରିବା ବେଳେ ଗଛରେ ପିଟିହେଲା ବାଇକ୍, ଜଣେ ମୃତ ୨ ଗୁରୁତର

Published By : Rasmita Pradhan | November 16, 2024 3:07 PM

ଫିରିଙ୍ଗିଆ, ୧୬/୧୧ : ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ଅଞ୍ଚଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ସାଡିଙ୍ଗିଆ ପଞ୍ଚାୟତ ପିଡିଆକୁଟି ଗ୍ରାମର କାଣ୍ଡି ବାଙ୍କ (୧୭ ବର୍ଷ)। ସେହିପରି ଗୁରୁତରମାନେ ହେଲେ ବାନ୍ଦାଦଣୀର ସନାତନ କହଁର ଓ ଡାଙ୍ଗାଣିପଦରର ମାନସ ମଲିକ। 

ସୂଚନା ଅନୁସାରେ, ଶୁକ୍ରବାର ସାଡିଙ୍ଗିଆ ଠାରେ ଚାଲିଥିବା ରାହାସ ଯାତ୍ରା ଦେଖିବା ପାଇଁ କାଣ୍ଡି ବାଙ୍କ, ସନାତନ କହଁର ଓ ମାନସ ମଲିକ ଏକ ବାଇକରେ ଆସିଥିଲେ। ଯାତ୍ରା ସରିବା ପରେ ନିଜ ଗାଁକୁ ଫେରୁଥିଲେ। ଏତିକି ବେଳେ ସାଡିଙ୍ଗିଆ-ବାନ୍ଦାଦଣୀ ରାସ୍ତାର କିଆମୁଣ୍ଡା ଟିକାରପଦର ଘାଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଶାଳ ଗଛରେ ବାଇକଟି ଭାରସାମ୍ୟ ହରାଇ ପିଟି ହୋଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଏକ ଅଟୋ ରିକ୍ସାରେ ନେଇ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାଣ୍ଡିଙ୍କୁ ମୃତ ଘୋଷଣା କରିଥିଲେ।     ଫିରିଙ୍ଗିଆ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.