ବାଉଁଶୁଣୀ,ଆପ୍ର,୯/୧୨ : ଜମଟାଙ୍ଗୀ ଛକରେ ଟ୍ରକ ଓ ବାଇକ ଧକ୍କାରେ ଗୁରୁତର ମହିଳାଙ୍କ ଚିକିତ୍ସlଧୀନ ଅବସ୍ଥାରେ ମୃତ୍ୟୁକୁ ନେଇ ଜମଟାଙ୍ଗୀ ଛକ ନିକଟରେ ରାସ୍ତାରୋକ । ଶନିବାର ଅପରାହ୍ନ ୪ଟା ସମୟରେ ୫୭ନଂ ଜାତୀୟ ରାଜପଥର ମନମୁଣ୍ଡା ଥାନା ଜମଟାଙ୍ଗୀ ଛକ ନିକଟରେ ବାଇକକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ବାଉଁଶୁଣୀ ଥାନା ଜମଘାଟୀ ଗ୍ରାମର ସତ୍ୟ ମେହେର, ତାଙ୍କ ସ୍ତ୍ରୀ ମୈଥିଳି ଓ ପୁଅ ଲୋକନାଥ ଗୁରୁତର ହୋଇଥିଲେ । ଗତକାଲି ସନ୍ଧ୍ୟାରେ ବୁର୍ଲାର ଏକ ନର୍ସିଂହୋମରେ ମୈଥିଳିଙ୍କ ଚିକିତ୍ସlଧୀନ ଅବସ୍ଥାନେ ମୃତ୍ୟୁ ହୋଇଥିଲା l
ପରେ ଆଜି ଦିନ ୨ଟା ୩୦ମିନିଟ ସମୟରେ ମୃତଦେହ ପହଞ୍ଚିବା ପରେ ପରିବାର ଓ ସ୍ଥାନୀୟ ଲୋକେ ୫୭ ନଂ ଜାତୀୟ ରାଜପଥର ଜମଟାଙ୍ଗୀ ଛକ ନିକଟରେ ମୃତଦେହକୁ ରଖି କ୍ଷତିପୁରଣ ଦାବିରେ ରାସ୍ତାରୋକ କରିଛନ୍ତି । ଖବରପାଇ ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି l ଘଟଣାସ୍ଥଳରେ ବାଉଁଶୁଣୀ ଥାନା ଅଧିକାରୀ ମନ୍ଦାକିନୀ କହଁର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଆନ୍ଦୋଳନ କାରି ବୁଝି ନ ଥିଲେ ।