ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ସ୍ବର ବଦଳାଇଲେ ବିଲାଓ୍ବଲ ଭୁଟ୍ଟୋ, ପାକିସ୍ତାନ ସରକାରଙ୍କ ନିଷ୍ପତ୍ତିକୁ କଲେ ବିରୋଧ

Published By : Tapas Panda | April 29, 2025 6:15 PM

Image Courtesy: abplive

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ସିନ୍ଧୁରେ ରକ୍ତପାତ କରିବାକୁ ଧମକ ଦେଇଥିବା ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସ୍ୱର ମଧ୍ୟ ବଦଳି ଯାଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଶିମଲା ଚୁକ୍ତିନାମା ବାତିଲ କରିବା ନେଇ ଶେହବାଜ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଭାରତ ସହିତ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । 

ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲରେ ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ, ଶେହବାଜ ସରିଫ ସରକାର ଶିମଲା ଚୁକ୍ତିନାମାରୁ ଓହରି ଯିବା ଉଚିତ୍ ନୁହେଁ। ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ଚୁକ୍ତିଗୁଡ଼ିକ କୂଟନୀତିର ମୂଳଦୁଆ ଏବଂ ସେଗୁଡ଼ିକ ବାତିଲ କରିବା ସପକ୍ଷରେ ମୁଁ ନାହିଁ । ଯଦି ଭାରତ ନିଜ ଜିଦ୍‌ ନଛାଡ଼େ, ତେବେ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାଗୁଡ଼ିକର ସମୀକ୍ଷା କରାଯାଇପାରିବ। ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ, ଯଦି ଭାରତ ପ୍ରକୃତରେ ଆତଙ୍କବାଦକୁ ସମାପ୍ତ କରିବାକୁ ଚାହୁଁଛି ତେବେ ଏହାକୁ ଗଠନମୂଳକ ଭାବରେ ଆଲୋଚନା କରିବାକୁ ପଡିବ। 

ପହଲଗାମ ଆକ୍ରମଣର ନିରପେକ୍ଷ ତଦନ୍ତ ଦାବି କରି ସେ କହିଛନ୍ତି ଯେ, ଯଦି ଭାରତ ଏହାକୁ ଅସ୍ୱୀକାର କରେ, ତେବେ ଏହାର ଅନ୍ତର୍ଜାତୀୟ ବିଶ୍ୱସନୀୟତା ପ୍ରଭାବିତ ହେବ । ଶିମଲା ଚୁକ୍ତିନାମା ଉପରେ ବିଲାୱଲ ଭୁଟ୍ଟୋଙ୍କ ମନ୍ତବ୍ୟ ମଧ୍ୟ ସ୍ୱତନ୍ତ୍ର କାରଣ ତାଙ୍କ ଜେଜେବାପା ଜୁଲଫିକର ଅଲି ଭୁଟ୍ଟୋ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହିତ ପାକିସ୍ତାନ ପକ୍ଷରୁ ଏହି ଚୁକ୍ତିନାମା କରିଥିଲେ। ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମଧ୍ୟ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଆଲୋଚନାକୁ ସମର୍ଥନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ସ୍ୱାଗତ କରିଛନ୍ତି । 

ସେ କହିଛନ୍ତି, ଏହା ପାକିସ୍ତାନର ଦୂରଦୃଷ୍ଟିପୂର୍ଣ୍ଣ କୂଟନୈତିକ ମନୋଭାବକୁ ସମର୍ଥନ କରୁଛି। ଯଦି ଭାରତ ପାଖରେ ପ୍ରମାଣ ଅଛି ତେବେ ଏହାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ଉଚିତ। ବିଲାୱଲ ଭୁଟ୍ଟୋ ପୁଣି ଥରେ କହିଛନ୍ତି ଯେ, ପାକିସ୍ତାନ ଭାରତ ଅପେକ୍ଷା ଅଧିକ ଆତଙ୍କବାଦର ସମ୍ମୁଖୀନ ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.