ଦେଶର ଅରବପତି କନ୍ୟାରତ୍ନମାନେ କେବଳ ଉତ୍ତରାଧୀକାରୀ ଭାବେ ସମ୍ପତ୍ତି ହାସଲ କରୁନାହାନ୍ତି। ବରଂ ପାରିବାରିକ ବ୍ୟବସାୟକୁ ପୁନଃ ଆକାର ଦେଉଛନ୍ତି, ଆଉ ଏହାକୁ ନୂଆ ଶିଖରରେ ବି ପହଞ୍ଚାଉଛନ୍ତି । ଟେକ୍ନୋଲୋଜିଠାରୁ ଆରମ୍ଭ କରି ରିଟେଲ୍ ପର୍ଯ୍ୟନ୍ତ ସେମାନେ ନବସୃଜନକୁ ଅଗ୍ରାଧିକାର ଦେଇ ପାରିବାରିକ ବିରାସତକୁ ଆଗକୁ କରାଉଛନ୍ତି ଅଗ୍ରସର । ଈଶା ଅମ୍ବାନି ଏବଂ ରୋଶ୍ନୀ ନାଦାରଙ୍କ ନେତୃତ୍ୱ ଆଜି ଭବିଷ୍ୟତର ଉଦ୍ୟୋଗୀମାନଙ୍କ ପାଇଁ ପ୍ରେରଣା । ଆସନ୍ତୁ ନଜର ପକାଇବା ବ୍ୟବସାୟରେ ବିପ୍ଳବ ଆଣିଥିବା ଦେଶର କେତେ ଜଣ ଅରବପତି କନ୍ୟାରତ୍ନଙ୍କ ଉପରେ...
ରୋଶନୀ ନାଦାର:
ଭାରତରେ ଏକ ପବ୍ଲିକ୍ ଲିଷ୍ଟେଡ୍ ଆଇଟି କମ୍ପାନିର ପ୍ରଥମ ମହିଳା ସିଇଓ ଭାବେ ରୋଶ୍ନୀ ନାଦାର ମଲ୍ହୋତ୍ରା ଏଚ୍ସିଏଲ୍ ଟେକ୍ନୋଲୋଜିଜ୍କୁ ନୂଆ ଶିଖରରେ ପହଞ୍ଚାଇଛନ୍ତି । ଡିଜିଟାଲ ନବସୃଜନ ଏବଂ ବିଶ୍ୱବ୍ୟାପୀ ସମ୍ପ୍ରସାରଣ ଉପରେ ତାଙ୍କର ଫୋକସ୍ । ଷ୍ଟାନ୍ଫୋର୍ଡ ଆଲୁମିନି ନାଦାର ଶୀବ ନାଦାର ଫାଉଣ୍ଡେସନ ମାଧ୍ୟମରେ ଦାତବ୍ୟ କାର୍ଯ୍ୟରେ ଗଭୀର ଭାବେ ଜଡ଼ିତ । ଏଚ୍ସିଏଲ୍ରେ ବାପାଙ୍କ ୪୭% ଅଂଶଧନକୁ ପାଇବା ପରେ ସେ ଭାରତର ସବୁଠାରୁ ଧନୀ ମହିଳା ପାଲଟିଛନ୍ତି ।
ନିଶାବା ଗୋଦ୍ରେଜ:
ଗୋଦ୍ରେଜ୍ କଞ୍ଜ୍ୟୁମର ପ୍ରଡକ୍ଟ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ଭାବେ ନିଶାବା ଗୋଦ୍ରେଜ୍ ନବସୃଜନ ଏବଂ ନିରନ୍ତରତା ଅଭିଯାନ ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି । ଏଥିସହିତ ସେ ୧୨୫ ବର୍ଷ ପୁରୁଣା ଗୋଦ୍ରେଜ୍ ଗ୍ରୁପ୍କୁ ଆଧୁନିକ ସ୍ରୋତରେ ଆଗେଇ ନେଉଛନ୍ତି ।
ଭାନିଶା ମିତ୍ତଲ:
ଷ୍ଟିଲ୍ ଟାଇକୁନ୍ ଲକ୍ଷ୍ମୀ ମିତ୍ତଲଙ୍କ ଝିଅ ଭାନିସା ମିତ୍ତଲ ଆର୍ସେଲରମିତ୍ତଲ୍ର ରଣନୀତିକ ସମ୍ପ୍ରସାରଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ବିଶ୍ୱର ଅନ୍ୟତମ ବୃହତ୍ ଇସ୍ପାତ ଉତ୍ପାଦନକାରୀ ଭାବେ କମ୍ପାନିର ସ୍ଥିତିକୁ ମଜଭୁତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି ।
ଈଶା ଅମ୍ବାନୀ:
ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଝିଅ ଈଶା ଅମ୍ବାନୀ ପିରାମାଲ ରିଲାଏନ୍ସ ଜିଓର ସମ୍ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ଭାରତର ଡିଜିଟାଲ ଅର୍ଥନୀତିରେ ବିପ୍ଳବ ଆଣିଛନ୍ତି । ରିଲାଏନ୍ସ ରିଟେଲ୍ର ଜଣେ ନିର୍ଦ୍ଦେଶକ ଭାବେ ସେ ପ୍ରିମିୟମ ରିଟେଲ୍ର ପ୍ରସାର କରିବା ସହ କମ୍ପାନିକୁ ମାର୍କେଟ୍ ଲିଡର ଭାବେ ଅବସ୍ଥାପିତ କରିଛନ୍ତି ।
ରାଧିକା ପିରାମାଲ:
ଭିଆଇପି ଇଣ୍ଡଷ୍ଟ୍ରିଜ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ରାଧିକା ପିରାମାଲ ଭାରତ ଏବଂ ଅନ୍ତର୍ଜାତୀୟ ବଜାରରେ କମ୍ପାନିର ସମ୍ପ୍ରସାରଣକୁ ତଦାରଖ କରିଆସୁଛନ୍ତି । ଲଗେଜ୍ ଶିଳ୍ପରେ କମ୍ପାନିର ନେତୃତ୍ୱକୁ ମଜଭୁତ କରିବାରେ ତାଙ୍କର ପ୍ରଧାନ ଭୂମିକା ରହିଛି । ଜୟନ୍ତୀ ଚୌହାନ ରମେଶ ଚୌହାନଙ୍କ ଝିଅ ଜୟନ୍ତୀ ଚୌହାନ ଭାରତର ଶୀର୍ଷ ବଟଲ୍ଡ ପାଣି ବ୍ରାଣ୍ଡ୍ ବିସ୍ଲେରୀର ସମ୍ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବଜାରରେ ବ୍ରାଣ୍ଡ୍ର ପତିଆରାକୁ ଜୟନ୍ତୀ ବଜାୟ ରଖିଛନ୍ତି ।