ପ୍ରମୂଖ ଖବର
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ

Published By : Harapriya Sethi | April 30, 2025 8:09 AM

ଭୁବନେଶ୍ୱର,୩୦/୦୪: ବୁଧବାର ଅକ୍ଷୟ ତୃତୀୟା । ଆଜିଠାରୁ ୨୨ ଦିନ ପର୍ଯ୍ୟନ୍ତ ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର କୂଳର ସମସ୍ତ ତୁଠ ହରିବୋଲ ହୁଳହୁଳିରେ କମ୍ପି ଉଠିବ । ନିଦାଘର ରୌଦ୍ର ତାପରୁ ରକ୍ଷା ପାଇବା ଲାଗି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏଠାରେ ନୌବିହାର ଓ ଜଳକ୍ରୀଡ଼ା କରିବେ । ସାଙ୍ଗରେ ରହିବେ ମା’ପାର୍ବତୀ, ଶ୍ରୀଦୁର୍ଗା ଏବଂ ଶ୍ରୀବାସୁଦେବ । ଏହି ମହାପର୍ବରେ ଶ୍ରୀକପିଳେଶ୍ୱର ସାମିଲ ହେଉନାହାନ୍ତି । ତେଣୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଆସ୍ଥାନରେ ଗୁଆ ଚାଉଳ ରଖି କାମ ତୁଲାଯିବ । ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାପ ଡଙ୍ଗା ନିର୍ମାଣ ଚାଲିଥିଲା । ଚାପରେ ବେଦୀ, ବାଡ଼, ସିଂହାସନ ଓ ଖଟୁଲି ସ୍ଥାପନ କରାଯାଇଛି ବୋଲି ମହାରଣା ସେବାୟତ ବଟକୃଷ୍ଣ ମହାରଣା ଓ ସୋମନାଥ ମହାରଣା କହିଛନ୍ତି । ବୁଧବାର କେବଳ ହଂସ ସ୍ଥାପନ କରାଯାଇ କପଡ଼ା ଆବରଣ କରାଯିବ । ଅପରାହ୍ନରେ ଶ୍ରୀଜିଉମାନଙ୍କ ଚନ୍ଦନ ବିଜେ ରାସ୍ତାରୁ ଉଠାଦୋକାନୀଙ୍କୁ ଉଠାଯାଇ ଅବରୋଧ ମୁକ୍ତ କରାଯାଇଛି । 

ଆଜିର ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ମନ୍ଦିର କର୍ମଚାରୀ ଦ୍ୱାରିକାନାଥ ପତି, ହେମନ୍ତ ମହାପାତ୍ର ଓ ମନୋଜ ମିଶ୍ର ତଦାରଖ କରିଥିଲେ । ବିନ୍ଦୁସାଗର ମଧ୍ୟସ୍ଥଳୀ (ଜଗତି)ରେ ସଫେଇ, ଆଲୋକୀକରଣ, ରୋଷ ଘର ଚୁଲି ମରାମତି, ଆସ୍ଥାନ ସଫେଇ ପରେ ଚୁନ ପାଣି ସିଞ୍ଚନ କରାଯାଇଛି । ମନ୍ଦିର ଆଖପାଖ ଅଞ୍ଚଳକୁ ୨୨ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆମିଷ ମୁକ୍ତ ରଖାଯିବ । ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା କର୍ମୀ ନିୟୋଜିତ ହେବେ । ନୌବିହାର ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜଗି ରହିବେ । ଚନ୍ଦନ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ତରଫରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଦିନ ୧୨ ସୁଦ୍ଧା ସାହାଣମେଲା ଦର୍ଶନ ବନ୍ଦ ରହିବ । ଅପରାହ୍ନ ୩ଟାରେ ପାଲିଙ୍କି ଓ ବିମାନରେ ଫୁଲ ସଜାଯାଇ ସନ୍ଧ୍ୟା ୫ଟାରେ ବିନ୍ଦୁସାଗରକୁ ଠାକୁର ବିଜେ କରିବେ । ଶୋଭାଯାତ୍ରାରେ କଳାଛତା, ଧଳାଛତା, ତ୍ରାସ, ପାଇକ ଘଣ୍ଟ, ମେଘ ଡମ୍ବରୁ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ । ସମ୍ପୂର୍ଣ୍ଣ ଶୋଭାଯାତ୍ରାକୁ ପୁଲିସ କର୍ଡନ କରି ନେବେ । ବ୍ରହ୍ମା ଘାଟ, ମଠ ଘାଟ, ମୋହିନୀ ଘାଟ ଆଦି ଦେଇ ଜଗତିକୁ ଠାକୁର ଯାତ୍ରା କରିବେ । ସେଠାରେ ଚନ୍ଦନ କୁଣ୍ଡରେ ସ୍ନାନ ସାରିବା ପରେ ଓ ମାଣ୍ଡୁଅ ପିଠା ପ୍ରସ୍ତୁତ ହୋଇ ଭୋଗରାଗ ଲାଗି ହେବ । ବିଶ୍ରାମଘାଟ ଦେଇ ଫେରି ବଡୁ, ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ତରଫରୁ ଭୋଗ ଲାଗି ହୋଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.