ହରଭଙ୍ଗା,୨୦।୧୧ : ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ବୌଦ୍ଧ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଝାନ୍ଶି ରାଣୀ ଲକ୍ଷ୍ମୀବାଇଙ୍କ ଜୟନ୍ତୀ ତଥା ସ୍ତ୍ରୀ ଶକ୍ତି ଦିବସ ଓ ବିର୍ସା ମୁଣ୍ଡା ଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଛି।

ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ରମେଶ ଚନ୍ଦ୍ର ତାରେଣିଆ,ଇତିହାସ ବିଭାଗ ପ୍ରମୁଖ ଲଳିତ କୁମାର ମେହେର, ଶିକ୍ଷା ବିଭାଗ ର ଅଧ୍ୟାପକ ପୀତବାସ ମେହେର, ଏବିଭିପି ବୌଦ୍ଧ ଜିଲ୍ଲା ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ଦାନୀ ଓ ବୌଦ୍ଧ ନଗର SFD ପ୍ରମୁଖ ବାଦଲ ପ୍ରଧାନ ରାଣୀ ଲକ୍ଷ୍ମୀବାଈ ଓ ଭଗବାନ ବିର୍ସା ମୁଣ୍ଡା ଙ୍କ ପୂର୍ଣ୍ଣ ଜୀବନୀ ଉପରେ ଆଲୋକପାତ କରିଥିଲେ।ସମସ୍ତ ମହାପୁରୁଷଙ୍କ ଜୀବନୀ ଅଧ୍ୟୟନ କରି ତାଙ୍କ ପ୍ରେରଣା ପୂର୍ଣ୍ଣ ଜୀବନକୁ ନିଜ ଚଲା ପଥରେ ଆଗକୁ ବଢ଼ିବା ସହ ରାଷ୍ଟ୍ର ଭକ୍ତିର ମାର୍ଗରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ମୁଖ୍ୟ ବକ୍ତା କହିଥିଲେ।

ଆଗାମୀ ଡ଼ିସେମ୍ବର ମାସରେ ସମସ୍ତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ନଗର ସମ୍ମିଳନୀ ଓ ମିଳିତ ବନବିହାର କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରାଯାଇଛି।ଏବିଭିପି ର ବାଦଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।