ଭୁବନେଶ୍ୱର, ୦୫/୦୬: ଓଇଆରସି ସଦସ୍ୟ ଭାବେ ଶପଥ ନେଲେ ବିଶ୍ବଜିତ୍ ମହାନ୍ତି । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ କାର୍ଯ୍ୟାଳୟରେ ସେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ଓଇଆରସି ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ତାଙ୍କୁ ପଦ ଓ ଗୋପାନୀୟତାର ଶପଥ ପାଠ କରାଇଥିଲେ । ଏହି ସମାରୋହରେ ଓଇଆରସିର ଅନ୍ୟ ସଦସ୍ୟଙ୍କ ସହିତ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ଓପିଟିସିଏଲ ନିର୍ଦ୍ଦେଶକ ବି.ବି ମେହତା, ଗ୍ରୀଡ଼କୋ ପରିଚାଳନା ନିର୍ଦେଶକ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ଓଏଚପିସି ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଆଉଟ୍ ସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍...