ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ’ ପୁସ୍ତକ ଉନ୍ମୋଚନ କଲେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ

Published By : Prameya | October 15, 2024 8:28 AM

ଭୁବନେଶ୍ୱର,୧୫/୧୦: ‘ନ୍ୟୁଜ୍‌ ସେଭେନ୍‌’ର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିଶ୍ୱାସ  ଅବିଶ୍ୱାସ ଅନ୍ଧବିଶ୍ୱାସ’ ବହି ଭାବରେ ଆତ୍ମପ୍ରକାଶ  କରିଛି । ଖୁବ୍‌ଶୀଘ୍ର ଏହା ୩୦୦ ଅଧ୍ୟାୟ ପୂରଣ କରିବାକୁ ଯାଉଛି । କିନ୍ତୁ ତା’ପୂର୍ବରୁ, ଯେହେତୁ ମାତୃ ଆରାଧନାର ଶାରଦୀୟ ଉତ୍ସବ ଚାଲିଛି,  ତେଣୁ ଏଇ ଉତ୍ସବରେ ଏହାର ପ୍ରଥମ ଭାଗ ଆତ୍ମପ୍ରକାଶ କରିଛି । ଶାରଦୀୟ ଅବକାଶରେ  ବହିର ଶୁଭ ଉନ୍ମୋଚନ କରି ଖୁସି ବ୍ୟକ୍ତ କରିଛନ୍ତି  ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା  ସଭାପତି ତଥା ସୁମା ରିୟଲ ମିଡିଆର ପରିଚାଳନା  ନିର୍ଦ୍ଦେଶକ ପ୍ରଫେସର ଡ. ମନୋଜରଞ୍ଜନ  ନାୟକ । ଆମେ ଅନେକ କଥା ଜାଣିନାହୁଁ, ଯାହା  ଜଣାଇବାରେ ଏ ବହି ସାହାଯ୍ୟ କରିବ ନିଶ୍ଚୟ ।  କାରଣ ଏହା ଇତିହାସର ବାସ୍ତବ ଚିତ୍ର। ୨୯୮  ଅଧ୍ୟାୟ ହେଲାଣି, ଏହାର ଯାତ୍ରା ଆହୁରି ଅଧିକ  ହେଉ । ହଜାର ହଜାର ଅଧ୍ୟାୟ ହେଉ ବୋଲି  କାମନା କରିଛନ୍ତି ପ୍ରଫେସର ଡ. ନାୟକ ।  

ଏବେ ଗ୍ଲୋବାଲ୍‌ ଏବଂ ଲୋକାଲ୍‌ ସମୟ। ତେଣୁ କଳ୍ପନା ଅପେକ୍ଷା ବାସ୍ତବ ଲେଖା ଅଧିକ ଗ୍ରହଣଯୋଗ୍ୟ ବୋଲି ‘ଆଦିତ୍ୟ ଭାରତ’  ପ୍ରକାଶନୀର ମୁଖ୍ୟ ଦେବାଶିଷ ସାମନ୍ତରାୟ  କହିଛନ୍ତି । ବହି ପ୍ରକାଶ ପରେ ଦୀର୍ଘବର୍ଷର ପରିଶ୍ରମ ସାର୍ଥକ ହୋଇଛି ବୋଲି କହିଛନ୍ତି ଦୀପଙ୍କର ଦାସ । ଓଡ଼ିଶାରେ ପର୍ଯ୍ୟଟନ ନେଇ  ଅନେକ ବହି ଲେଖାଯାଇଛି, ଧର୍ମପୀଠ ଓ ପୀଠର କିମ୍ବଦନ୍ତୀ ନେଇ ମଧ୍ୟ ଅନେକ ବହି ଲେଖାଯାଇଛି । କିନ୍ତୁ ଏ ଏମିତି ଏକ ବହି,  ଯେଉଁଥିରେ ପର୍ଯ୍ୟଟନ ରହିଛି, ଲୋକକଥା, ମାନ୍ୟତା ରହିଛି । ଦୁର୍ଗମ ପର୍ବତ ହେଉ କି, ରହସ୍ୟମୟ ଗୁମ୍ଫା । ସବୁଠି ପହଞ୍ଚୁଛି ‘ନ୍ୟୁଜ୍‌  ସେଭେନ୍‌’ର ‘ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ’  ଟିମ୍‌ । ଯାହା ‘ନ୍ୟୁଜ୍‌ ସେଭେନ୍‌’ରେ ଦେଖିବାକୁ ମିଳୁଥିଲା, ତାହା ଏବେ ବହି ଆକାରରେ ବଜାର  ପ୍ରବେଶ କରିଛି । ୨୨୮ ପୃଷ୍ଠାର ନିଆରା ଏ ବହି,  ‘ବିଶ୍ୱାସ ଅବିଶ୍ୱାସ ଅନ୍ଧବିଶ୍ୱାସ’ ସଂଗ୍ରହଣୀୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.