ଭୁବନେଶ୍ୱର,୨୧/୧୦: ସମସ୍ତଙ୍କ  ମନରେ ଥିଲା ଉତ୍ସାହ, ଉଦ୍ଦୀପନା । ଦୀର୍ଘଦିନ  ପରେ ଏକାଠି ହୋଇଥିବାରୁ ଖୁସିରେ  ଆତ୍ମବିଭୋର ହୋଇ ପଡୁଥିଲେ ସଭିଏଁ । ଏମିତି  ଏକ ମାହୋଲ୍‌ ଭିତରେ ଅନୁଷ୍ଠିତ ହୋଇଛି ବିଜେବି  ଏମ୍‌ଏଜେଏମ୍‌ସି ଆଲୁମିନ୍‌ର ପ୍ରଥମ ବନ୍ଧୁମିଳନ । 

ଖଣ୍ଡଗିରି ନିକଟ ଜୟଦେବ ବାଟିକାରେ  ଆୟୋଜିତ ଏହି ମିଳନ ପର୍ବରେ ୨ ଶହରୁ  ଅଧିକ ପୁରାତନ ଛାତ୍ରଛାତ୍ରୀ ଏକାଠି  ହୋଇଥିଲେ । ଛାତ୍ରଛାତ୍ରୀ କର୍ମ କ୍ଷେତ୍ରର  ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ  କଲେଜରେ ବିତିଥିବା ସ୍ମରଣୀୟ ମୁହୂର୍ତ୍ତକୁ  ପୁନଃ ସ୍ମରଣ କରିଥିଲେ । ନାଚଗୀତ  ଓ ଭୋଜିଭାତର ମଜା ନେଇଥିଲେ ।  ଆଲୁମିନ୍‌ର ଶତାଧିକ ସଦସ୍ୟଙ୍କୁ ଚାରା  ବଣ୍ଟନ କରାଯାଇଥିଲା । ଦିବଙ୍ଗତ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍‌  ନିରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟଅତିଥି  ଭାବେ ଯୋଗ ଦେଇଥିଲେ ବିଜେବି କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ  ମୁଖ୍ୟ ପ୍ରଫେସର ନଳୀନ କୁମାର ପାତ୍ର ।  ଉପଦେଷ୍ଟା ସ୍ୱୟଂପ୍ରକାଶ ମହାପାତ୍ର, ସଭାପତି ଦିଲ୍ଲୀପ କୁମାର ରାଉତ, ସାଧାରଣ ସମ୍ପାଦକ  ଲିପୁନ କୁମାର ପରିଡ଼ାଙ୍କ ସମେତ ଆଲୁମିନ୍‌  ଆସୋସିଏସନ୍‌ର ବରିଷ୍ଠ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ବିବର୍ତ୍ତନ  ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।