ଭୁବନେଶ୍ବର, ୨୨।୫ : ବିଜେଡିର ଶୃଙ୍ଖଳା କମିଟି ଗଠନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୃଙ୍ଖଳା କମିଟି ଗଠନ କରିଛନ୍ତି। ଏଥିରେ ୭ ଜଣ ସଦସ୍ୟ ରହିଛନ୍ତି।
ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, ଚନ୍ଦ୍ରଶେଖର ସାହୁ, ଡ. ରାଜଶ୍ରୀ ମଲ୍ଲିକ, ସାରଦା ପ୍ରସନ୍ନ ଜେନା, ସର୍ମିଷ୍ଠା ସେଠୀ, ଡ. ଲୋପାମୁଦ୍ରା ବକ୍ସିପାତ୍ର କମିଟିରେ ସଦସ୍ୟ ରହିଛନ୍ତି।