ପାଟଣାଗଡ ୨୬।୧୨: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ  ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କୁମାର  ମେହେରଙ୍କ ନେତୃତ୍ଵରେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ଠାରୁ ବିଜେଡି କର୍ମକର୍ତ୍ତା ମାନେ ଶୁକ୍ରବାର ବାଇକ ରାଲିରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ କର୍ମକର୍ତ୍ତା ମନେ ବିଜେପି ସରକାର ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ମାନ ଦେଇଥିବା ବେଳେ ଏହା ଏକ ପିସି ସରକାର ମଧ୍ୟ ବୋଲି କର୍ମକର୍ତ୍ତା ମାନେ ତାଙ୍କ ଅଭିଭାଷଣରେ କହିଥିଲେ। ପରେ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳ ଶରତ ଚନ୍ଦ୍ର  ସାହୁଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ଗୁଡିକୁ ମଧ୍ୟରେ, ଚାଷୀଙ୍କୁ ଟୋକନ ଶିଘ୍ର ମିଳିବା, ମଣ୍ଡି ଶିଘ୍ର ଖୋଲିବା, କଟଣି ଛଟଣି ବନ୍ଦ କରିବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଚାଷୀଙ୍କ ପ୍ରିମିୟମ ନେଇ ବୀମା ଟଙ୍କା ପୈଠ କରିବା ଆଦି ରହିଥିଲା। ଅପରେ ପକ୍ଷରେ, ଯଦି ଡିସେମ୍ବର  ଶେଷ  ସୁଦ୍ଧା  ଚାଷୀଙ୍କ  ଧାନ ବିକ୍ରି ନ ହୁଏ  ତାହେଲେ ଆଗାମୀ  ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆନ୍ଦୋଳନକାରୀ ଚାଷୀ ମାନେ ଚେତାବନୀ ଦେଇଥିଲେ। ପରେ  ପାଟଣାଗଡ଼ ବିଜୁ ଜନତା ଦଳ  କାର୍ଯ୍ୟାଳୟ  ଠାରେ ଜିଲ୍ଲା ସଭାପତି ଶ୍ରୀ ମେହରଙ୍କ ନେତ୍ରୁତ୍ୱରେ ୨୯ ତମ ପ୍ରତିଷ୍ଠା ଦୀବସ ପାଳିତ ହୋଇଥିଲା। ପ୍ରଥମେ ପାଟଣେଶ୍ୱରୀ ସମଲେଶ୍ୱରୀଙ୍କ ଓ ବିଜୁ  ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ବିଜୁ ଜନତା  ଦଳର ପ୍ରତିଷ୍ଠା ଦିବସ କର୍ମକର୍ତ୍ତା ମାନେ ଧୁମ୍ ଧାମରେ ପାଳନ କରିଥିଲେ। ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ଖପ୍ରାଖୋଲ ବ୍ଲକର ଓଡ଼ିଆପାଳି ପଞ୍ଚାୟତର ୧୦ ଜଣରୁ ଉର୍ଦ୍ଧ  ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ମଞ୍ଚକୁ  ଇନ୍ଦୁଭୂଷଣ ଠାକୁର  ପରିଚାଳନା  କରିଥିବା ବେଳେ  ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ   ନୀଳକାନ୍ତ ବାଗ, ଏନଏସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ପ୍ରଦୀପ ପୁରୋହିତ, ସମିତି ସଂଘ ସଭାପତି ଗୋବିନ୍ଦ ମେହେର, ବେଲପଡା ବ୍ଲକ୍ସ ସଭାପତି ମୁକୁଦ ମେହର, ହିମଞ୍ଚଲ୍ ପଧାନ, ରମେଶ ପଧାନ ସମେତ ବ୍ଲକ୍ରର ସମସ୍ତ ପଂଚାୟତ ଓ ଏନଏସିର ବିଭିନ୍ନ ପଦ ପଦବୀରେ ଥିବା କର୍ମକର୍ତ୍ତାଙ୍କ ସହ ମହିଳା ଓ ପୁରୁଷ ମାନେ ସଭାରେ ଉପସ୍ଥିତ ଥିଲେ। 

​​​​​​​