ଭୁବନେଶ୍ବର, ୬।୧୨ : ଭଦ୍ରକ ବିଜେଡିକୁ ଶକ୍ତ ଝଟକା। ପଦ୍ମ ଧରିଲେ ବିଜେଡି ନେତା ପ୍ରଫୁଲ ସାମଲଙ୍କ ୨ ପୁଅ ଓ ଭଉଣୀ । ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ପଦ୍ମ ଧରିଛନ୍ତି। ପ୍ରଫୁଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ବରେ ବିଜେପିରେ ଯୋଗ ଦେଇଛନ୍ତି। ଏହାସହ ଭଦ୍ରକ ଜିଲ୍ଲାର ବିଜେଡ଼ିର ବହୁ ଜିଲ୍ଲା ଏବଂ ବ୍ଲକ୍ ସ୍ତରୀୟ ନେତା ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।