ଭୁବନେଶ୍ବର, ୨୭/୨ : ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦଳର ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ । ରାଜ୍ୟସଭା ନିର୍ବାଚନକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । କାହାକୁ ଦଳର ସୁପ୍ରିମୋ ପ୍ରାର୍ଥୀ କରିବେ ଏହା ଉପରେ ହୋଇଛି ମାନସମନ୍ଥନ । କାହା ନାମରେ ନବୀନ ମୋହର ମାରିବେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟରେ ୪ ରାଜ୍ୟସଭା ଆସନ ଲାଗି ନିର୍ବାଚନ ହେବ । ତେବେ ବିଜେପି ୨ ପ୍ରାର୍ଥୀ ଦେବାକୁ ଥିବାବେଳେ କଂଗ୍ରେସ ଗୋଟିଏ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି । ତେବେ ବିଜେଡି ଏବେ କଣ ନିଷ୍ପତ୍ତି ନେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡିରୁ ରାଜ୍ୟସଭା ପ୍ରାର୍ଥୀ ହେବାକୁ ଲମ୍ବା ତାଲିକା ରହିଥିବା ନେଇ ରାଜନୈତିକ ମହଲରେ ଦୀର୍ଘଦିନ ହେବ ଚର୍ଚ୍ଚା ହେଉଥିବା ବିଜେଡି ସୁପ୍ରିମୋ କ’ଣ ନିଷ୍ପତ୍ତି ନେବେ ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା । 

ଏହାସହ ପଢ଼ନ୍ତୁ : କ’ଣ ରହିଛି ରେକର୍ଡ ? : ଯେବେ ବି ଭାରତକୁ ଟି-୨୦ ବିଶ୍ବକପରେ ଭେଟିଛି, ଅକଳରେ ପକାଇଛି ଓ୍ବେଷ୍ଟଇଣ୍ଡିଜ୍