ଭୁବନେଶ୍ବର,୫।୫ :    ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆ ସାଙ୍ଗଠନିକ ଟିମ୍ ଗଠନ   କରିଛନ୍ତି।  ବିଭିନ୍ନ ପଦପଦବୀରେ ରହିଥିବା ବିଜେଡି ନେତାଙ୍କ ତାଲିକା ପ୍ରକାଶ ପାଇଛି। ବିଶେଷ କରି ଏଥିରେ ବରିଷ୍ଠକୁ  ଦାୟିତ୍ବ ଦିଆଯାଇଛି। 

ସାଙ୍ଗଠନିକ ଟିମ୍‌ରେ ୭ ଜଣ ବରିଷ୍ଠ ଉପ ସଭାପତି ରହିଛନ୍ତି । ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ  ବରିଷ୍ଠ ଉପସଭାପତି ଭାବେ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି।  ସେହିପରି ପ୍ରଫୁଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ବ ମିଳିଛି। 

ସାଙ୍ଗଠନିକ ଟିମ୍‌ରେ  ୮ ଜଣ ଉପସଭାପତି ରହିଛନ୍ତି । ପ୍ରତାପ ଜେନାଙ୍କୁ ଉପସଭାପତି ଭାବେ  ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି । ଅତୁନ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଡୋଲକିଆ,ସଞ୍ଜୟ କୁମାର ଦାସବର୍ମା,  ରବିନାରାୟଣ ନନ୍ଦ, ଅଶ୍ବିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ, ସାରଦା ପ୍ରସାଦ ନାୟକଙ୍କୁ ଉପସଭାପତି ଦାୟିତ୍ବ ମିଳିଛି। 

ସେହିପରି ସୁବାସ ସିଂ ଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। । ୨୦ ଜଣ ବରିଷ୍ଠ ସାଧାରଣ ସଂପାଦକ ରହିଛନ୍ତି । ୩୫ ଜଣ ସାଧାରଣ ସଂପାଦକ ରହିଛନ୍ତି  । 

ସେହିପରି   ବିଜେଡି ପକ୍ଷରୁ ୬ ଜିଲ୍ଲାର ସଭାପତିଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଭୁବନେଶ୍ବର ପାଇଁ ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କୁ ସଭାପତି ଦାୟିତ୍ବ ଦିଆଯାଇଛି। ସେହିପରି ବିଜେଡି ସଭାପତି ବିଭିନ୍ନ ସଙ୍ଗଠନର  ଆବାହକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି।