ଭୁବନେଶ୍ବର,୨୨/୧ : ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ୬ଷ୍ଠତମ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ୬ ଟି ଗୁରୁତ୍ବପୁର୍ଣ ନିଷ୍ପତ୍ତି ନିଆଯାଇଛି । ଏହାସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି । ଯେପରିକି ଓଡ଼ିଶାର ଚାଷୀ ଡବଲ ଇଞ୍ଜିନ ସରକାର ଦ୍ବାରା ନିଷ୍ପେସିତ ହୋଇ ରହିଛନ୍ତି । ଓଡ଼ିଶା ଚାଷୀଙ୍କୁ ପ୍ରତାରଣା ଦେଇଛନ୍ତି ସରକାର । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ମହିଳା ନିର୍ଯାତନା । ସୁଭଦ୍ରା ନାଁରେ ମହିଳାଙ୍କୁ ପ୍ରତାରଣା । ଚାକିରି ନାଁରେ ଯୁବକଙ୍କୁ ପ୍ରତାରଣା । ମିଶନ ଶକ୍ତି ମହିଳାଙ୍କୁ ପ୍ରତାରଣା । ନିଯୁକ୍ତିକୁ ନେଇ ଗଫଲାତି, ପ୍ରଦୂଷଣ ରୋକିବା ନାଁରେ ଫାଇନ୍ । ଇଲେକ୍ଟ୍ର ବିଲ ନାଁରେ ଜିଜିଆ କର ଆଦାୟ କରୁଛି ସରକାର । ଏହା ସହ ମହାନଦୀ ସୁରକ୍ଷା ପ୍ରସଙ୍ଗ । ଏ ସବୁ ପ୍ରସଙ୍ଗ ନେଇ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବା । ଜିଲ୍ଲା ଓ ରାଜ୍ୟସ୍ତରରେ ରାଜ୍ୟର ସମସ୍ୟା ନେଇ ବିଜେଡ଼ି ଆନ୍ଦୋଳନ କରିବ । ୨ ଦିନ ଭିତରେ ବିଜୁ ଜନତା ଦଳ ଆନ୍ଦୋଳନ ନେଇ ଘୋଷଣା କରିବ । ଯୁବ ,ମହିଳା , ଛାତ୍ର, ଜିଲ୍ଲା ସଂଗଠନ ଏକାଠି ହେବେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବେ । ଏଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା ।
ଏହାସହ ପଢ଼ନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ