ଭୁବନେଶ୍ଵର, ୧୯/୦୩ : କ୍ରସ୍ ଭୋଟିଂ ନେଇ ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ବିକ୍ଷୋଭ। ବିଜେବି କଲେଜ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ। ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ବାସଭବନ ଘେରାଉ କଲେ ବିଜେଡି ମହିଳା ନେତ୍ରୀ। ବିଜେଡି ଅଭିଯୋଗ କରିଛି ଯେ, ସୁବାସିନୀଙ୍କ ସ୍ଵାମୀ ରବୀନ୍ଦ୍ର ଜେନାଙ୍କୁ ବିଜେଡି ପରିଚୟ ଦେଇଛି। ହେଲେ ସେ ନିଜ ସ୍ଵାର୍ଥ ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହଧର୍ମିଣୀ ସୁବାସିନୀ ଜେନା କ୍ରସ ଭୋଟିଂ କରି ବିଶ୍ଵାସଘାତକତା କରିଛନ୍ତି। 

ବିଜେପି ବିଧାୟକ ଅମର ନାୟକ ବିଜେଡିର ପ୍ରତିବାଦକୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଯେ, ନିଜର ଅସ୍ତିତ୍ଵ ବଞ୍ଚାଇବାକୁ ବିଜେଡି ଚେଷ୍ଟା କରୁଛି। ରାଜ୍ୟସଭାରେ ବିଫଳତାକୁ ବଞ୍ଚାଇବାକୁ ବିରୋଧୀ ଏପରି କରୁଛନ୍ତି। ଏସସିବି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଚାଲିଛି। ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ବିରୋଧୀ ଆସୁ ନାହାଁନ୍ତି। ବିଧାନସଭା ଅଚଳ ହୋଇଯିବାରୁ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇପାରୁନି। 

ଏହି ଖବରଟିକୁ ପଢନ୍ତୁ- SCB ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ : ପ୍ରମିଳା କହିଲେ ନୀତି ନୈତିକତା ଭୁଲିଗଲେଣି ମନ୍ତ୍ରୀ, ବିରୋଧୀଙ୍କ ମିଛ ସୁଆଙ୍ଗ କହି ଇରାଶିଷଙ୍କ କାଉଣ୍ଟର